ଜିଲ୍ଲାସ୍ତରୀୟ ଶିଶୁ।ମହୋତ୍ସବ ସୁରଭି-୨୦୨୫ ବାଲେଶ୍ଵର ଅନୁଷ୍ଠିତ*
ବାଲେଶ୍ଵର :- ଅଦ୍ୟା ସକାଳ ଘ୯ ଟିକା ଠାରୁ ସନ୍ଧ୍ୟା ଘ.୫ ଟିକା ପର୍ଯ୍ୟନ୍ତ ବାଲେଶ୍ଵର ସମଗ୍ର ଶିକ୍ଷା ଜିଲ୍ଲା ପକ୍ଷରୁ ବାଲେଶ୍ଵର ଜିଲ୍ଲା ସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଲେଶ୍ଵର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ , ସମ୍ମାନିତ ଅତିଥି ଭାବେ ଖଇରା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଜେନା, ଏସ.ଏସ. ଟି. ସଂଯୋଜୋକ.ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ଵାଳ,ଯଥାକ୍ରମେ ବାହାନଗା ,ନୀଳଗିରି ଓ ସଦର ବାଲେଶ୍ଵର ର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସୁଷମା ସେଠୀ, ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ଭୂୟାଁ, ଶ୍ରୀଯୁକ୍ତ ଯୋଗେଶ୍ୱର ଜେନା ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବସ୍ତା ବ୍ଲକ ର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଶିବ ଶଙ୍କର ଜେନା ଅତିଥି ପରିଚୟ, ସ୍ଵାଗତ ସମ୍ଭାଷଣ ପରେ ମୁଖ୍ୟ ଅତିଥି ସମେତ ସମସ୍ତ ବରେଣ୍ୟ ଅତିଥି ଗଣ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ଧୂପ,ଦୀପ ଓ ପୁଷ୍ପର୍ଘ୍ୟ ଅର୍ପଣ ଶୁଭ ଉଦ୍ଘାଟନଏବଂ ଜିଲ୍ଲା ସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ କାର୍ଯ୍ୟକ୍ରମ ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପରିପ୍ରକାଶର ମାଧ୍ୟମ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମକୁ ବାଲେଶ୍ଵର ସମଗ୍ର ଶିକ୍ଷା ଜିଲ୍ଲା ପକ୍ଷରୁ ଆୟୋଜନ କରାଯାଇଥିଲା। ବାଲେଶ୍ଵର ଜିଲ୍ଲାର ସମସ୍ତ କ୍ଲଷ୍ଟର,ବ୍ଲକ ସ୍ତରରୁ ବିଭିନ୍ନ ବିଭାଗରେ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କମଧ୍ୟରୁ ଜିଲ୍ଲା ମଧ୍ୟରେ ଚୟନ ହୋଇଥିବା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଆସନ୍ତା ନଭେମ୍ବର ୧୫ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଅବଗତ କରିଥିଲେ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଖଇରା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଜେନା,ଏସ.ଏସ. ଟି.ସଂଯୋଜୋକ ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ଵାଳ ଶିଶୁ ମହୋତ୍ସବ ସୁରଭି ଏକ ଅନନ୍ୟ ପୃଷ୍ଠ ଭୂମିର ମାଧ୍ୟମ, ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣ ଓ ଶକ୍ତିର ବିକାଶ ନିମନ୍ତେ କେବଳ ଯେ ବିଦ୍ୟାଳୟ ବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ ଅଭିଭାବକ ମାନଙ୍କ ଦାୟିତ୍ଵ ମଧ୍ୟ ବୋଲି ମତ ପ୍ରକାଶ କରିଥିଲେ। ବାଲେଶ୍ଵର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛୋଟ ଶିଶୁ ଫୁଲ କଢ଼ି ଟିଏ , ତାର ପ୍ରଯତ୍ନ କରି ଅନ୍ତର୍ନିହିତ ଗୁଣ କୁ ଚିହ୍ନଟ କରି ସେ କ୍ଷେତ୍ରରେ ଉତ୍ସାହିତ କରିବା ଦ୍ଵାରା ବିକଶିତ ହେବା ସହ ରାଜ୍ୟ,ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ଦେଶର ସୁନାମ ଓ ଗୌରବ ଅର୍ଜନ ଆଣିବା ପାଇଁ ସମସ୍ତ ସହଯୋଗ ଉଭୟ ପିତାମାତାଙ୍କର ଓ ଶିକ୍ଷାନୁଷ୍ଠାନରେ ଅପରିହାର୍ଯ୍ୟ ହୋଇପଡିଛି ବୋଲି ପ୍ରେରଣା ଯୋଗଦେଇଥିଲେ। ଏହି ବିଶେଷ ଶିଶୁ ମହୋତ୍ସବର ମୁଖ୍ୟ ଅତିଥି ବାଲେଶ୍ଵର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଆଜିର ଶିଶୁ କାଲିର ଭବିଷ୍ୟତ ନାଗରିକ ତାଙ୍କୁ ଗଢି ତୋଳିବା ଆମର କର୍ତ୍ତବ୍ୟ ଓ ଦାୟିତ୍ଵ ।ସମସ୍ତ ପିତାମାତା ଅଭିଭାବକ ଶିଶୁ ମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ସମସ୍ତଙ୍କର ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ସାମଗ୍ର ଜିଲ୍ଲାରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଏଵଂ ବିଭିନ୍ନ ବର୍ଗ, ସ୍ତରରେ ବିଭିନ୍ନ ବିଭାଗରେ କୃତି ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ମୋନୋନିତ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଏକ ଦିବସୀୟ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କର୍ଯ୍ୟକ୍ରକ୍ରମର ଉଦଯାପନୀ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପୂର୍ଣ୍ଣିମା ଦାସ, ଶିଳ୍ପୀ କେଶୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ବସ୍ତା ବ୍ଲକର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଶିଵ ଶଙ୍କର ଜେନା ଉପସ୍ଥିତ ବରେଣ୍ୟ ଅତିଥି ସମେତ ସମାଗ୍ର ଶିକ୍ଷା ଜିଲ୍ଲା ର କର୍ମକର୍ତ୍ତା,ଛାତ୍ର ଛାତ୍ରୀ,ଅଭିଭାବକ ଓ ସାମ୍ବାଦିକଙ୍କୁ କାର୍ଯ୍ୟକ୍ରମର ସଫଳତା ନିମନ୍ତେ କୃତଜ୍ଞତା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
