ଗୋ ସୁରକ୍ଷା ଓ ସଂରକ୍ଷଣ ପାଇଁ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ,,
ବିଞ୍ଝାରପୁର /୨୮/୦୪/ଭଞ୍ଜଦୂତ ଖବର , ଉତ୍ତମ କୁମାର ଦାସ, ନିପ୍ର
ବିଞ୍ଝାରପୁରରେ ଗୋ ହତ୍ୟା ବନ୍ଧ କରିବା, ଗୋମାତାର ସୂରକ୍ଷା ଓ ଗୋ ମାତାକୁ ରାଷ୍ଟ୍ରୀୟ ମାତାର ସମ୍ମାନ ଘୋଷଣା ପାଇଁ ଗୋଭକ୍ତମାନଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଛି, ବିଞ୍ଝାରପୁର ଅଞ୍ଚଳର ଗୋଭକ୍ତ ମାନେ ଏକତ୍ରିତ ହୋଇ ବିଞ୍ଝାରପୁର ସମିଲ ଛକ ଠାରୁ ସଂକୀର୍ତ୍ତନ ସହ ପଦଯାତ୍ରା କରି, ବିଞ୍ଝାରପୁର ତହସିଲ କାର୍ଯ୍ୟଳୟରେ ପହଂଚିଥିଲେ, ଜିଲ୍ଲା ପ୍ରଭାରୀ -ଶ୍ରୀକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୋ ଭକ୍ତ ମାନଙ୍କ ପକ୍ଷରୁ ବିଞ୍ଝାରପୁର ତହସିଲଦାର କାବେରୀ ମୁଦୁଲୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟକୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ, ସନ୍ୟାସୀ ସଚିତାନନ୍ଦ ଦାସ ମହାରାଜ,ପରମେଶ୍ୱର ମହାରାଜ, ଜିଲ୍ଲା ପ୍ରଭାରୀ -ଶ୍ରୀକାନ୍ତ ପ୍ରଧାନ ସମେତ ଅନିତା ନାଥ, ବଜରଙ୍ଗୀ ଦଳର ବିଞ୍ଝାରପୁର ସଂଯୋଜକ -ସୁବଧ ଧଳ, କିରନ ଜେନା, ସୋମ୍ୟ ବିନ୍ଧାଣି, ପିଣ୍ଟୁ ମଲ୍ଲିକ, ବିଶ୍ୱଜିତ ସାମଲ, ମିଲନ ଦାସ,ଆହୁରି ମଧ୍ୟ ସହ ସହ କର୍ମୀ ମାନଙ୍କ ଉପସ୍ଥିତିରେ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲା, ଏହି କାର୍ଯ୍ୟକୁ ଅଞ୍ଚଳ ବାସି ପ୍ରଂଶସା ମଧ୍ୟ କରିଥିଲେ,,
