ସୋରରେ ମଧୁବାବୁଙ୍କ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ ତମ ଜନ୍ମଜୟନ୍ତୀ ଓ ସ୍ୱାଭିମାନ ଦିବସ ସୋର ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଉତ୍ତରେଶ୍ୱର ସ୍ଥିତ ସଂସ୍କୃତି ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ବାଦ ସହିତ୍ୟଘର ସଭାପତି ବିଜୟ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ସୋର ନାଗରିକ ମଂଚର ସଭାପତି ନବକିଶୋର ଦାସ,ମୁଖ୍ୟ ବକ୍ତା ଭାବେ ରାଧାନାଥ ପାଠାଗାରର ସମ୍ପାଦକ ଦାମୋଦର ଦାଶମହାପତ୍ର ଓ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ରବୀନ୍ଦ୍ର ଦାସ, ଯୋଗ ଦେଇ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେଶ୍ବର ପଣ୍ଡା,ଚେମେଇ ଦାସ,ଚକ୍ରଧର ପାଢ଼ୀ,ସାମ୍ବାଦିକ ହେମନ୍ତ ବାରିକ,ଜ୍ୟୋତିପ୍ରକାଶ ଦୀକ୍ଷିତ,ସିତରାମ ପାତ୍ର, ରମାକାନ୍ତ ପଣ୍ଡା ଓ ଅଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରୀ ମଞ୍ଚ ଆବାହନ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କନକ ନିୟୁଜ ପ୍ରତିନିଧି ପ୍ରମୋଦ କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ପଥରଶିଳ୍ପୀ ନରେନ୍ଦ୍ର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
