ନୀଳମଣି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ, ଉତ୍ତେଜନା ପରେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି।
ବସ୍ତା:-(ନି.ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ୱର ଜିଲ୍ଲା ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ୨୦୨୬-୨୭କୁ ବନ୍ଦ କରାଯାଇଛି। ମହାବିଦ୍ୟାଳୟ ପକ୍ଷରୁ ଅକ୍ଟୋବର ୧୩ ତାରିଖରେ ଜାରି ହୋଇଥିବା ନୋଟିସ୍ ନଂ-୧୪୩ ଅନୁଯାୟୀ, କ୍ୟାମ୍ପସରେ ଅନିୟନ୍ତ୍ରିତ ପରିସ୍ଥିତି ଏବଂ ଉତ୍ତେଜନା ବୃଦ୍ଧି ପାଇବାରୁ ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପକ୍ଷରୁ ଜାରି ନୋଟିସ୍ରେ ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିବାରୁ ନିର୍ବାଚନ ବନ୍ଦ କରାଯାଇଥିବା ଉଲ୍ଲେଖ ରହିଛି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପରିସ୍ଥିତି କେଉଁ କାରଣରୁ ଅନିୟନ୍ତ୍ରିତ ହେଲା ଏବଂ ଆଗାମୀ ଦିନରେ ନିର୍ବାଚନ ପୁନର୍ବାର ହେବ କି ନାହିଁ, ସେ ସମ୍ପର୍କରେ ନୋଟିସ୍ରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
