slug -ଭଉଣୀଙ୍କ ଶବଦାହ କରିବାକୁ ଯାଇଥିଲା ଭାଇ ନିଜେ ଶବହୋଇ ଫେରିଲା
ଢେଙ୍କାନାଳ (ନିପ୍ର ଗୋକୁଳାନନ୍ଦ ବେହେରା)ଭଉଣୀଙ୍କ ଶବଦାହ କରି ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଅଧୀନ ଇଲେଇଜଙ୍ଗ ଗ୍ରାମର ଅଲେଖ ନାୟକ।ସୂଚନା ଅନୁଯାୟୀ, ଅଲେଖ ତାଙ୍କ ଭଉଣୀଙ୍କ ଶବଦାହ କରି ଘରକୁ ଫେରୁଥିଲେ। ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି।ଖବର ପାଇ ଗଁଦିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।ଅନ୍ୟପଟେ, ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀ ଚଳପ୍ରଚଳ ଅଞ୍ଚଳରେ ଲାଇଟ୍ର ବ୍ୟବସ୍ଥା, ହାତୀ ସ୍କ୍ୱାଡ୍ ବୃଦ୍ଧି କରିବା ସହ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତିଘଟଣା ସମ୍ପର୍କରେ ଷଡ଼ଙ୍ଗୀ ରେଞ୍ଜର ରାକେଶ କୁମାର ଦଳେଇଙ୍କ ନେତୃତ୍ୱରେ ବନ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି
