ପିକପ୍ ଓ ବାଇକ୍ ଦୁର୍ଘଟଣା ରେ ୧ ଜଣେ ମୃତ, ୧ ଜଣେ ଗୁରୁତର
କଣ୍ଟାବାଞ୍ଜି ୧୮/୯ (ଭଞ୍ଜଦୂତ) ରିପୋର୍ଟ୍ – ଝସକେତନ୍ ନାଗ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା–ସିନ୍ଧେକେଲା ମୁଖ୍ୟ ରାସ୍ତାରେ ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍ ଓ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
ମୃତକ ହେଲେ ବାହାବଲ ଗାଁର କେଦାର ବାଗ (୨୫)। ଗୁରୁତର ହେଲେ ତାଙ୍କ ଭିଣୋଇ ଦୁରେଶ୍ୱର ନାଗ (୩୦)। ଉଭୟଙ୍କୁ କଣ୍ଟାବାଞ୍ଜି ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର କେଦାରଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଦୁରେଶ୍ୱରଙ୍କୁ ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି।
