**ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୪ ଯୁବକ ବୁଡ଼ି ମୃତ**
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଣେଷ ପୂଜା ଭସାଣି ବେଳେ ଚାଲିଗଲା ଚାରି ଯୁବକଙ୍କ ଜୀଵନ l ମୃତକମାନେ ହେଲେ ମନୋଜିତ ସ୍ବାଇଁ( ୨୧ )ସିପୁ, ସ୍ବପ୍ନଜିତ ବାରିକ( ୨୦) ବଣ୍ଟି,
ଜଗନ୍ନାଥ ପଲେଇ (୨୦)ସୁଶୀଲ ଓ ରଶ୍ମିରଂଜନ ନାୟକ (୧୯)ବାପୁ ।
ଗଣେଶ ମୂର୍ତ୍ତି ଭସାଣି ପାଇଁ ଯୁବକମାନେ ପାଣି ଭିତରକୁ ଯାଇଥିବାବେଳେ ହଠାତ୍ ଏହି ଅଘଟଣ ଘଟିଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ। ପ୍ରାୟ ୨ ଘଣ୍ଟାର ଖୋଜାଖୋଜି ପରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଅନ୍ୟମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲେ ହେଁ ସମସ୍ତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଖୋଜାଖୋଜି ଚାଲିଥିବାବେଳେ ପରେ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା। ତେବେ ଅଗ୍ନିଶମ ବିଭାଗ କାର୍ଯ୍ୟରେ ବିଳମ୍ବ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏହି ଦୁଃଖଦ ଘଟଣାକୁ ନେଇ ଓରନାଳ ଗାଁ ସମେତ ସମଗ୍ର ଏରସମା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
