ବଡ଼ସାହି….. ବଡ଼ସାହି ବିବେକାନନ୍ଦ ବିହାର ଠାରେ ବାଣୀପୀଠ ଆନୁକୂଲ୍ୟରେ ରାଷ୍ଟ୍ରଭାଷା ସାହିତ୍ୟ ସଂସ୍କୃତି ଅକାଦମୀ ତରଫରୁ ହିନ୍ଦୀ ଦିବସ ସମାରୋହ ଏବଂ କବିତା ପାଠୋତ୍ସବ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର କୁମାର ବାବୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିନେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବେ ରତ୍ନାକର ପୁହାଣ ଯୋଗଦାନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ରତିକାନ୍ତ ବେହେରା ଯୋଗଦାନ କରିଥିଲେ । କବିତା ସଂଯୋଜନା କବି ଶିବଶଙ୍କର ଭୂୟାଁ ଓ ଜାହ୍ନବୀ ଦଣ୍ଡପାଟ କରିଥିଲେ । ଏଥିରେ ୬୦ଜଣ କବି ହିନ୍ଦୀ କବିତା ପାଠ କରିଥିଲେ । ଦ୍ୱିତୀୟ ଅଧିବେଶନ ଡକ୍ଟର ରମାକାନ୍ତ ମହାନ୍ତଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଡକ୍ଟର ଶଶିଧର ବିଶ୍ଵାଳ ଯୋଗଦାନ କରି ରାଷ୍ଟ୍ରର ବିକାଶ କେବଳ ରାଷ୍ଟ୍ରଭାଷା ଦ୍ୱାରା ସମ୍ଭବ ହୋଇଥାଏ କାରଣ ଏହା ରାଷ୍ଟ୍ରର ପ୍ରତି ନାଗରିକଙ୍କ ହୃଦୟର ସ୍ପନ୍ଦନ ବନି ଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଡକ୍ଟର ଅସୀମ କୁମାର ଚକ୍ରବର୍ତ୍ତି, ସ୍ୱତନ୍ତ୍ର ଅତିଥି ଭାବେ କବି ବାସୁଦେବ ନାପିତ ଓ ଆଦରଣୀୟ ଅତିଥି ତଥା ମଂଚ଼ ପରିଚାଳନା କରିଥିଲେ କବି ସଚୀନ୍ଦ୍ର କୁମାର ବିଶ୍ୱାଳ । ଏହି ଅବସରରେ ରାଷ୍ଟ୍ରଭାଷା ପ୍ରଚାର, ପ୍ରସାରରେ ବିଶେଷ ଅବଦାନ ପାଇଁ ହିନ୍ଦୀ ଶିକ୍ଷକ ଡ଼କ୍ଟର ସଂଜିବ କୁମାର ପାଣିଗ୍ରାହୀ, ରଜନୀ ବାରିକ ଓ କୃପାସିନ୍ଧୁ ନାୟକଙ୍କୁ ମାନପତ୍ର ଓ ଉପାୟନ ଦେଇ ପୁରସ୍କୃତ କରାଯାଇଥିଲା । ଡ଼କ୍ଟର କୁମାର ବାବୁଲିଙ୍କ ସମ୍ପାଦନାରେ ପ୍ରକାଶିତ ମାସିକ ହିନ୍ଦୀ ଶିଶୁ ପତ୍ରିକା ‘କାକଳୀ ର ହିନ୍ଦୀ ଦିବସ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ବର୍ଷା ଗୁରୁମା ଓ ଶୁଭଜିତ ଶୁଭଙ୍କରଙ୍କ ଦ୍ୱାରା ଛାତ୍ରୀ ମାନଙ୍କୁ ନେଇ ସ୍ଵାଗତ ସଂଗୀତ ଓ ସ୍ୱାଗତ ନୃତ୍ୟ ପରିବେଶେଷଣ ହୋଇ ଥିଲା । ଅନୁଷ୍ଠାନର ସଂଚାଳିକା ପୁହାଣ ସୂର୍ଯ୍ୟକାନ୍ତି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
