ଲାୟନ୍ସ କ୍ଲବ୍ ଅଫ୍ ସମ୍ବଲପୁର ସିଲ୍କ୍ସ ପକ୍ଷରୁ BOD, GBM ଓ ନୂଆଖାଇ ଜୁହାର ପାଳିତ
ସମ୍ବଲପୁର, ୧୬ ସେପ୍ଟେମ୍ବର ୨୦୨୬:
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଲାୟନ୍ସ କ୍ଲବ୍ ଅଫ୍ ସମ୍ବଲପୁର ସିଲ୍କ୍ସ ପକ୍ଷରୁ ବୋର୍ଡ ଅଫ୍ ଡାଇରେକ୍ଟର୍ସ (BOD) ବୈଠକ ଓ ସାଧାରଣ ପରିଷଦ ବୈଠକ (GBM) ସଫଳତାର ସହ ଆୟୋଜିତ ହୋଇଥିଲା। ଏଥିରେ କ୍ଲବ୍ର ୩୦ ଜଣ ସଦସ୍ୟ ଉତ୍ସାହର ସହ ଯୋଗଦେଇଥିଲେ।
ବୈଠକରେ କ୍ଲବ୍ର ଚାଲୁଥିବା ସେବା କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରାଯିବା ସହ ଭବିଷ୍ୟତରେ ହାତକୁ ନେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ସଦସ୍ୟମାନଙ୍କ ମଧ୍ୟରେ ଦଳଗତ କାର୍ଯ୍ୟ, ଭାଇଚାରା ଓ ସୌହାର୍ଦ୍ଦ୍ୟକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ କ୍ଲବ୍ ପକ୍ଷରୁ ପଶ୍ଚିମ ଓଡ଼ିଶାର ପ୍ରିୟ ଗଣପର୍ବ ନୂଆଖାଇ ଜୁହାର ମଧ୍ୟ ପାଳନ କରାଯାଇଥିଲା। ସଦସ୍ୟମାନେ ପରସ୍ପରକୁ ନୂଆଖାଇର ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ସ୍ମରଣ କରିଥିଲେ। ଉତ୍ସାହ, ଆନନ୍ଦ ଓ ଏକତାର ପରିବେଶରେ ନୂଆଖାଇ ଜୁହାର ପାଳନ କରାଯାଇଥିଲା।
ନୂଆଖାଇ ଜୁହାର! 🌾🙏
