ଗଣେଶ ପୂଜା ପାଇଁ ତାଳଚେର ପୋଲିସର କଡା ନଜର
ତାଳଚେର :ଗଣେଶ ପୂଜାକୁ ଶାନ୍ତି ପୂର୍ଣ୍ଣ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପର୍ନ୍ନ କରିବା ପାଇଁ ତାଳଚେର ପୋଲିସ ପକ୍ଷରୁ ସହର ସାରା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂଜା ସମୟ ରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ । ସେଥି ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନଜର ରଖା ଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସେକ୍ଟର ଅଧିକାରୀ ମାନେ ନିୟୋଜିତ ପୋଲିସ କର୍ମ ଚାରୀ ଙ୍କୁ ସେମାନଙ୍କ ଦାୟିତ୍ୱ ପରଷ୍ପର ସମନ୍ଵୟ ଏବଂ ନାଗରିକ ଅନୁକୂଳ ପୋଲିସଙ୍ଗି ସମ୍ପର୍କ ରେ ଆବଶ୍ୟକ ନର୍ଦ୍ଦେଶ ଦେଉଛନ୍ତି। ପୂଜା ମଣ୍ଡପ ଜନ ଗହଳି ପୂର୍ଣ୍ଣ ସ୍ଥାନ ଓ ସହରର ପ୍ରମୁଖ ଅଞ୍ଚଳ ଗୁଡିକରେ ପୋଲିସର ଉପସ୍ଥିତି ବଢା ଯାଇଛି।ଶୃଙ୍ଖତ ଭାବେ ପୂଜା ପାଳନ ସହ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ତାଳଚେର ପୋଲିସ ପକ୍ଷରୁ ସମସ୍ତଙ୍କୁ ଅବଗତ କରାଯାଇଛି ।
ତାଳଚେରରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
