ଗୋବରା ଗ୍ରାମର ବାର୍ଷିକ ଉତ୍ସବରେ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ତାଳଚେର:(ମନୋଜ ରାଉତ)(ନିପ୍ର): ଗୋବରା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମବାସୀ ଓ ଯୁବ ସମାଜର ଆହ୍ୱାନ କ୍ରମେ ଗ୍ରାମର ବାର୍ଷିକ ଉତ୍ସବ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଭବ୍ୟ ଗ୍ରାମ ପରିକ୍ରମା ଆୟୋଜନ କରାଯାଇଥିଲା।
ଉତ୍ସବରେ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ଯୋଗଦେଇ ଗ୍ରାମ ପରିକ୍ରମାରେ ସାମିଲ ହୋଇଥିଲେ। ତାଙ୍କ ଆଗମନକୁ ନେଇ ଗ୍ରାମବାସୀ ଓ ଯୁବ ସମାଜଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ସ୍ୱାଗତ କରାଯାଇଥିଲା।
ଏହି ଅବସରରେ ପ୍ରଫୁଲ୍ଲ ଦାସ ଗ୍ରାମର ମୁଖିଆ, ବୟୋଜ୍ୟେଷ୍ଠ ବ୍ୟକ୍ତି, ଯୁବ ସମାଜ ଓ ଗ୍ରାମବାସୀଙ୍କ ସହ ମିଶି ଉତ୍ସବରେ ଯୋଗଦେଇଥିଲେ। ଗ୍ରାମର ପାରମ୍ପରିକତା, ଭାଇଚାରା ଓ ସାମାଜିକ ଏକତାକୁ ନେଇ ଆୟୋଜିତ ଏହି ଉତ୍ସବରେ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।
ଉତ୍ସବ ଅବସରରେ ପ୍ରଫୁଲ୍ଲ ଦାସ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଗ୍ରାମବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ପରେ ଉପସ୍ଥିତ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା।
ଗ୍ରାମର ବାର୍ଷିକ ଉତ୍ସବ ଅବସରରେ ଗ୍ରାମବାସୀ, ଯୁବ ସମାଜ ଓ ବିଭିନ୍ନ ବର୍ଗର ଲୋକଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ଦୀର୍ଘଦିନ ଧରି ଚାଲିଆସୁଥିବା ଗ୍ରାମର ଏହି ପରମ୍ପରାକୁ ଆଗାମୀ ଦିନରେ ମଧ୍ୟ ଏକତା ଓ ଭାଇଚାରାର ସହିତ ଜାରି ରଖିବାକୁ ଗ୍ରାମବାସୀ ମତ ପ୍ରକାଶ କରିଥିଲେ।
