ରେଢ଼ାଖୋଲ ଭୀମଭୋଇ କଲେଜ ଛାତ୍ର ନିର୍ବାଚନ।
# ବିଜୁ ଛାତ୍ର ଜନତା ଦଳର ସମସ୍ତ ବିଭାଗ ନିର୍ବାଚନରେ ବାଜିମାତ, ସଭାପତି ଭାବେ ଶିବ ପ୍ରଧାନ ବିଜୟୀ।
ରେଢ଼ାଖୋଲ ୧୫.୧୦(ଭଂଜଦୂତ ): ଦୀର୍ଘ ୮ ବର୍ଷ ବ୍ୟବଧାନ ବହୁ ପ୍ରତିକ୍ଷା ଓ ଉତ୍କଣ୍ଠାର ଅନ୍ତ ପରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ଭୀମଭୋଇ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ସମ୍ପର୍ଣ୍ଣ ହୋଇଛି। ଏହି ନିର୍ବାଚନକୁ ନେଇ ଚାରିଆଡ଼େ ଭାରୀ ଉତ୍ସାହ ଏବଂ ସରଗରମ ପରିବେଶ ଦେଖିବାକୁ ମିଳିଥିଲା। ଏଥର ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମସ୍ତ ପ୍ରମୁଖ ପଦବୀରେ ଦବ୍ଦବା ଜାହିର୍ କରି ବାଜିମାତ କରିଛି। ତ୍ରୀମୁଖି ଲଢ଼େଇରେ ବିଜୟର ମୁକୁଟ ପିନ୍ଧିଛି ବିସିଜେଡି । ଚଳିତଥର କଲେଜ ନିର୍ବାଚନରେ ଏବିଭିପି, ବିସିଜେଡି ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ତ୍ରୀମୁଖି ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ସଭାପତି, ଉପସଭାପତି ଏବଂ ସମ୍ପାଦକ ପଦବୀ ପାଇଁ ମୋଟ ୯ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ନିର୍ବାଚନ ରେ ସମୁଦାୟ ୭୩୩ ଛାତ୍ରଛାତ୍ରୀ ଥିବାବେଳେ ଏଥି ମଧ୍ୟରୁ ୬୩୮ ଜଣ ମତ ସାବ୍ୟସ୍ତ କରିଥିଲେ। ଭୋଟ୍ ଗଣନା ପରେ ଆସିଥିବା ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ
ସଭାପତି ପଦବୀ ,ବିସିଜେଡି ପ୍ରାର୍ଥୀ ଶିବ ପ୍ରଧାନ ୩୩୩ ଭୋଟ୍, ଉପସଭାପତି ପଦବୀ ରେ ଅବିନାଶ ରାଉତ ୩୬୨ ଭୋଟ୍ ଏବଂ ସମ୍ପାଦକ ପଦବୀ ପାଇଁ ବାଦଲ ପ୍ରଧାନ ୩୧୫ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଏହି ବିଜୟୀ ବିଜୁ ଛାତ୍ର ନଗର ସଭାପତି ଶିବଶମ୍ଭୁ ନନ୍ଦଙ୍କ ତତ୍ତ୍ଵାବଧାନରେ ନିର୍ବାଚିତ ସମସ୍ତ ବିଭାଗ ପ୍ରାର୍ଥୀ ବିଜୟ ଲାଭ କରିଥିବାରୁ ରେଢ଼ାଖୋଲ ବିଜେଡିରେ ଖୁସିର ଲହରୀ ଖେଳିଯାଇଛି । ଏହି ବିଜୟ ପରେ ରେଢ଼ାଖୋଲର ବିଜୁ ଛାତ୍ର ଜନତା ଦଳ ଶିବିରରେ ଖୁସିର ଲହରି ଖେଳିଯାଇଛି। ବିଜୟୀ ପ୍ରାର୍ଥୀମାନେ ଏହି ସଫଳତାର ଶ୍ରେୟ ଭୀମଭୋଇ କଲେଜର ସମସ୍ତ ସାଥୀ ଛାତ୍ରଛାତ୍ରୀ ଏବଂ ଦଳର କର୍ମକର୍ତ୍ତା ମାନଙ୍କୁ ପ୍ରଦାନ କରିଛନ୍ତି । ରେଢ଼ାଖୋଲ ଏନ୍.ଏ.ସି. ଛାତ୍ର ସଭାପତି ଶ୍ରୀ ନନ୍ଦ କହିଛନ୍ତି ଯେ, ଏହି ସଫଳତା କେବଳ କଲେଜର ବିଜୟ ନୁହେଁ, ବରଂ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସମଗ୍ର ବିଜୁ ଜନତା ଦଳର ନୀତି ଆଦର୍ଶର ଜୟ ହୋଇଛି। କଲେଜ ନିକଟରୁ ୬ ଟି ବିଭାଗର ବିଜୟୀ ପ୍ରାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରି ଏକ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ଏଥିରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହିତ ଉଦ୍ଦୀପନା ଦେଖିବାକୁ ମିଳିଥିଲା।
