ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ,ନିପ୍ର): ସୋର ଥାନା ମହୁମୁହାଣ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଏକ ବେଲ ଗଛରୁ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ସୁଚନା ଅନୁସାରେ ଉକ୍ତ ଗ୍ରାମର ଭଗବାନ ନାୟକ(୫୫) ଗତକାଲି ରାତିରେ ଖାଇବା ପରେ ଘର ବାହାରକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ମାତ୍ର ଆଜି ସକାଳେ ଘର ନିକଟରେ ଥିବା ଏକ ବେଲ ଗଛରେ ବେକରେ ଗାମୁଛା ବାନ୍ଧି ଝୁଲୁଥିବା ଅବସ୍ଥାରେ ପରିବାର ଲୋକେ ଦେଖି ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଶବ ଜବତ କରି ସୋର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ୨୬/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
