ଦୁଇମାସ ଶିଶୁ ର ସନ୍ଦେହ ଜନକ ମୃତ୍ୟୁ ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ସୋର ଥାନା ସବିରା ପଞ୍ଚାୟତ ଦାଣ୍ଡ ପଳସା ଗ୍ରାମରେ ଜଣେ ଦୁଇ ମାସର ଶିଶୁର ସନ୍ଦେହ ଜନକ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଏହି ଗ୍ରାମର ଶରତ ନାୟକଙ୍କ ଦୁଇ ମାସର ଶିଶୁ ପୁତ୍ର କ୍ରିଭାଂଶକୁ ଛାଡି ମାଆ ଶୌଚ ହେବାକୁ ଯାଇଥିଲେ। ସେଠାରୁ ଫେରିବା ପରେ କ୍ରିଭାଂଶ ସ୍ଥିର ହୋଇ ଶୋଇଥିବା ଦେଖି ତାକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେ ନ ଉଠିବାରୁ ତାଙ୍କୁ ସୋର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ମେଡ଼ିକାଲରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରି ଡାକ୍ତରଙ୍କ ପରାମର୍ଶରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
