*ସୁରକ୍ଷା ହିଁ ଜୀବନ: ‘ସେବା ସଂକଳ୍ପ ଅଭିଯାନ’ରେ ନୂଆପଡ଼ା ଆରଟିଓଙ୍କ ପକ୍ଷରୁ ଖଡ଼ିଆଳରେ ମାଗଣା ହେଲମେଟ୍ ବଣ୍ଟନ”।*
ନୂଆପଡା(ମିଖାଏଲ ନନ୍ଦ)
ତା-୧୨/୧୦
ରାଜ୍ୟ ସରକାରଙ୍କ ‘ସେବା ସଂକଳ୍ପ ଅଭିଯାନ’ର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ ନୂଆପଡ଼ା ଆଞ୍ଚଳିକ ପରିବହନ ଅଧିକାରୀ (RTO)ଙ୍କ ପକ୍ଷରୁ ଖଡ଼ିଆଳ ଥାନା ଅଞ୍ଚଳରେ ଯାତାୟାତ କରୁଥିବା ଦୁଇଚକିଆ ଯାନ ଚାଳକମାନଙ୍କୁ ମାଗଣାରେ ହେଲମେଟ୍ ବଣ୍ଟନ କରାଯାଇଛି।
ଏହି ସଚେତନତାମୂଳକ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଲା ସାଧାରଣ ଜନତାଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ବାଇକ୍ ଚାଳନା ସମୟରେ ନିୟମିତ ହେଲମେଟ୍ ପିନ୍ଧିବା ଭଳି ସୁରକ୍ଷିତ ଅଭ୍ୟାସକୁ ପ୍ରୋତ୍ସାହିତ କରିବା।
ଯାନବାହନ ଦୁର୍ଘଟଣାଜନିତ ଜୀବନହାନିକୁ ରୋକିବା ଏବଂ ମୁଣ୍ଡରେ ହେବାକୁ ଥିବା ଗମ୍ଭୀର ଆଘାତରୁ ଚାଳକଙ୍କୁ ସୁରକ୍ଷା ଦେବା ପାଇଁ ହେଲମେଟ୍ ବ୍ୟବହାର ଅତ୍ୟନ୍ତ ଜରୁରୀ ବୋଲି ଏହି ଅଭିଯାନ ସମୟରେ ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି। ଆରଟିଓଙ୍କ ଏହି ଜନହିତକର ପଦକ୍ଷେପକୁ ଖଡ଼ିଆଳ ଅଞ୍ଚଳର ସାଧାରଣ ଜନତା ଓ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି।
