ସୋର ପୋଲିସ କୁ ମିଳିଛି ବଡ଼ ସଫଳତା
ସୋର (ସୋର, ଭଞ୍ଜଦୂତ ଜ୍ୟୋତିପ୍ରକାଶ ଦୀକ୍ଷିତ):: ସୋର ପୋଲିସ କୁ ମିଳିଛି ବଡ ସଫଳତା। ୬ ଜାତୀୟ ରାଜପଥ ଲୁଟେରା ଙ୍କ ସହ ଜଣେ ଜୁଏଲାରୀ ଦୋକାନ ମାଲିକ କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୋଲିସ। ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବେ ସୋର ଥାନା ଅନ୍ତର୍ଗତ କୁଆମରା ନିକଟରେ ଏକ ଛିନ୍ନ ତାଇ କରି ଦୃର୍ବୁତ୍ତ ମାନେ ଫେରାର ହୋଇଯାଇଥିଲେ। ସୋର ଥାନା ରେ ୭୫୯/୨୬ ରେ ଏକ ମାମାଲା ରୁଜୁ ହୋଇଥିଲା। ପରେ ସୋର ଥାନା ଅଧିକାରୀ ଅନୁରାଗ ମହାନ୍ତି ନିଜ ନେତୃତ୍ୱରେ ଏକ ଟିମ୍ ଗଠନ କରିବା ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ତଲାସୀ କରିଥିଲେ। ପରେ ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରୁ ୬ ଜଣ ଏବଂ ସୋର କେଦାରପୁର ଅଞ୍ଚଳରୁ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ବାସୁଦେବପୁର ଇରମ ଅଞ୍ଚଳ ର ଶିବଶଙ୍କର ଦଳେଇ (୧୮) , ଜୟନ୍ତ ମଲ୍ଲିକ (୧୯) , ଚୁଡା ମଣି ଅଞ୍ଚଳର ଶିବବ୍ରତ ମଲ୍ଲିକ (୧୯) , ଜଗନ୍ନାଥପୁର ଅଞ୍ଚଳର ମାୟାଧର ମଲ୍ଲିକ (୨୧), ଶିବପ୍ରସାଦ ଦଳେଇ (୨୨), ସତ୍ୟସାଇ ମଲ୍ଲିକ (୨୨) ଏବଂ ସୋର କେଦାରପୁର ଅଞ୍ଚଳର ଗହଣା ଦୋକାନୀ ପ୍ରଭାତ କୁମାର ରଣା(୨୫) ଙ୍କୁ ଗରିଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ନଗଦ ୩୦୦୦୦ ଟଙ୍କା ,୭ ଟି ଷ୍ମାଟ ଫୋନ୍, ୧ ଟି ଚେନ, ଏକ ହଳ କାନଫୁଲ ସହ ଓଡି ୨୨ ଏ ଇ ୬୫୮୪, ଓଡି ୨୨ ଏ ଇ ୯୨୯୫, ଓଡି ୦୧ ଏ ଜେଡ୍ ୩୭୯୦ ବିଶିଷ୍ଟ ୩ଟି ବାଇକ୍ ଜବତ୍ କରିଛି ସୋର ପୋଲିସ।
