
ନାବାଳିକାଙ୍କୁ ପ୍ରେମ ପ୍ରତାରଣା ଦେଇ ଶାରୀରିକ ସମ୍ପର୍କ ରଖି, ଯୁବକ ଗିରଫ।
ରେଢ଼ାଖୋଲ ୨୮.୪(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ପ୍ରେମ ପ୍ରତାରଣା ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ନାକଟିଦେଉଳ ଥାନା ଝାରବେଡା ଗ୍ରାମର ବାସିନ୍ଦା କର ବେହେରା (୨୬)।ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ କର ବେହେରା ସମ୍ପୃକ୍ତ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ସେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏଥିରେ ନାବାଳିକାଙ୍କ ସହିତ ଦୀର୍ଘ ୮ ମାସ ହେବ ସମ୍ପର୍କରେ ରହି ଆସୁଥିଲେ। ନାବାଳିକା ଙ୍କୁ ପ୍ରେମ ପ୍ରତାରଣା ଦେଇଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଅବଗତ ହେବା ପରେ ରେଢ଼ାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କ୍ରମେ ରେଢ଼ାଖୋଲ ପୋଲିସ କେସ୍ ନମ୍ବର ୬୯/୨୦୨୬ ରେ ଏକ ମାମଲା ରୁଜୁ କରିଥିଲା। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କର ବେହେରାଙ୍କୁ ଗିରଫ କରିବା ସହ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି। ସେହିପରି ରେଢ଼ାଖୋଲ ସହରର ସ୍ଥାନୀୟ ଯଦୁମଣିପାଟଣା ବାସିନ୍ଦା ଜଣେ ଯୁବକ ପ୍ରକାଶ ମୁଣ୍ଡା(୨୬) ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ସମ୍ପର୍କରେ ଆସି ଶାରୀରିକ ସମ୍ପର୍କ ରଖି ପ୍ରେମ ପ୍ରତାରଣା ଦେଇଥିଲେ। ଏ ସଂକ୍ରାନ୍ତରେ ନାବାଳିକା ପରିବାର ଲୋକେ ରେଢ଼ାଖୋଲ ଥାନା ଦ୍ବାରସ୍ଥ ହୋଇଥିଲେ। ଏଥିରେ ଉକ୍ତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
