ପାଲଙ୍ଗ ପଞ୍ଚାୟତରେ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ
ଗଞ୍ଜାମ, ୧୩/୧୦: ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତରେ ଆଜି ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଓ ଗଞ୍ଜାମ ବ୍ଲକ୍ର ବିଡିଓ ଅଚ୍ୟୁତାନନ୍ଦ ଜାନୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, କର୍ମଚାରୀ ଓ ଗ୍ରାମବାସୀ ଯୋଗଦେଇଥିଲେ।
ଏହି ଅବସରରେ ସାମୂହିକ ସଫେଇ କାର୍ଯ୍ୟ କରାଯିବା ସହ ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ, ଆବର୍ଜନାର ସଠିକ୍ ପରିଚାଳନା ଏବଂ ନିଜ ଗାଁକୁ ସ୍ୱଚ୍ଛ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ରଖିବା ପାଇଁ ଉପସ୍ଥିତ ସମସ୍ତେ ଶପଥ ଗ୍ରହଣ କରିଥିଲେ। ଏଥିସହ ଏକ ସୁସ୍ଥ ଓ ସବୁଜ ପରିବେଶ ଗଠନ ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
