ଗୋଷ୍ଠୀ ସଂଘର୍ଷ ଓ ମରଣାନ୍ତକ ଆକ୍ରମଣ: ୪ ଗିରଫ, କାର୍ ଓ ବାଇକ୍ ସମେତ ମାରଣାସ୍ତ୍ର ଜବତ
ବେଲଗୁଣ୍ଠା:୨୯/୪–(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେଇଗାଁ ଗ୍ରାମରେ ଏକ ଗୋଷ୍ଠୀ ସଂଘର୍ଷ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ପୋଲିସ ଏକ କାର୍, ୪ଟି ବାଇକ୍ ଏବଂ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର (କାତି) ଜବତ କରିଛି ବେଲଗୁଣ୍ଠା ପୋଲିସ।ଗତ ୨୭ ତାରିଖ ରାତି ପ୍ରାୟ ୧୦:୩୫ ସମୟରେ ଅଢ଼େଇ ଗାଁ ଗ୍ରାମର ଭାବଗ୍ରାହୀ ବେହେରା (୪୫) ବେଲଗୁଣ୍ଠା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ସେହିଦିନ ସନ୍ଧ୍ୟାରେ ସେ, କାହ୍ନୁ ପ୍ରଧାନ, ଚନ୍ଦନ ପ୍ରଧାନ ପ୍ରାୟ ୬ଟା ସମୟରେ ସେ ଶୌଚ ସାରି ଘରକୁ ଫେରୁଥିବା ବେଳେ, ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ଅମି ବେହେରା ଓ ଉଢୁରା ହରିଜନ ସାହିର ପ୍ରାୟ ୨୨ ଜଣ ବ୍ୟକ୍ତି ୭ଟି ମୋଟରସାଇକେଲ ଏବଂ ଏକ କାର୍ରେ ଆସି ଅଢ଼େଇଗାଁ ରାସ୍ତାରେ ସେମାନଙ୍କୁ ଅଟକାଇଥିଲେ ।ଅଭିଯୁକ୍ତ ମାନେ କାହ୍ନୁ ପ୍ରଧାନଙ୍କୁ ଅତର୍କିତ ଆକ୍ରମଣ କରିବା ସହ ଏକ କାତି ସାହାଯ୍ୟରେ ତାଙ୍କ ବେକ ଓ ଦୁଇ ଗୋଡ଼କୁ ହାଣି ପକାଇଥିଲେ।ଏହାସହ ଅଭିଯୁକ୍ତମାନେ ଅଭିଯୋଗକାରୀ ଭାବଗ୍ରାହୀ ବେହେରା ଏବଂ ଚନ୍ଦନ ପ୍ରଧାନଙ୍କୁ ଲାଠିରେ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।ଏହି ଆକ୍ରମଣରେ ଭାବଗ୍ରାହୀଙ୍କ ନାକରେ ଗଭୀର ଆଘାତ ଲାଗିଥିବା ବେଳେ ଚନ୍ଦନ ପ୍ରଧାନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା।ଗୁରୁତର ଆହତ କାହ୍ନୁ ପ୍ରଧାନଙ୍କୁ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଭାବଗ୍ରାହୀ ବେହେରାଙ୍କ ଅଭିଯୋଗ କ୍ରମେ ବେଲଗୁଣ୍ଠା ଥାନା କେସ୍ ନଂ- ୨୦୨/୨୬ରେ, ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨)/ ୨୯୬/ ୧୧୫(୨)/ ୧୦୯(୧)/ ୧୯୦ ଏବଂ ୨୭ ଆର୍ମସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ, ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର
ଅମି ବେହେରା (୩୪),ବେଲଗୁଣ
ଠା ଥାନା ଅନ୍ତର୍ଗତ ଉଢୁରା ର ସୀମା ନାଇକ (୩୪), ପୀତାମ୍ବର ନାୟକ (୩୦), ଓ ପ୍ରଦୀପ ନାୟକ (୩୨) ।
ସେମାନଙ୍କ ନିକଟରୁ ଗୋଊ କାତି (ମାରଣାସ୍ତ୍ର),ଗୋଟିଏ ସୁଜୁକି ଡିଜାୟର କାର୍ (OD-02-BX-9947)
ଗୋଟିଏ R15 ବାଇକ୍ (OD-32-J-3569)
ଗୋଟିଏ ପଲସର-୨୨୦ ବାଇକ୍ (OD-32-2724)
ଗୋଊଟି ପେସନ ପ୍ରୋ ବାଇକ୍ (OR-25-B-1232)
ଗୋଟିଏ HF-Delux ବାଇକ୍ (OD-32-C-8271) ।
ଗିରଫ ଅଭିଯୁକ୍ତମାନଙ୍କୁ ଆଜି ଜଗନ୍ନାଥପ୍ରସାଦସ୍ଥିତ ଜେ.ଏମ.ଏଫ.ସ କୋର୍ଟକୁ ଚାଲାଣ କରାଯାଇଛି।
