କୋରାପୁଟ…କୋରାପୁଟ ବାର ଆସସିଏସନ ଦ୍ୱାରା ଆୟୋଜିତ ହେଇଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ ର ଆଜି ତୃତୀୟ ଦିନ । ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ..ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ଏବଂ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଯୋଗ ଦେଇଥିଲେ।ପ୍ରଥମ ମ୍ୟାଚ ଗଞ୍ଜାମ ବାର ଆସୋସିଏସନ୍ ସହିତ ହାଇକୋର୍ଟ ବାର ଆସୋିଏସନର ବି ଗ୍ରୁପ୍ ସହିତ ଖେଳା ଯାଇଥିଲା। ହାଇକୋର୍ଟ ବାର ଆସୋସିଅନ ବି ଟିମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥଲେ। ହାଇକୋର୍ଟ ବାର ବି ଟିମ୍ ବ୍ୟାଟିଂ କରି 10.3 ଓଭର୍ ରେ ମାତ୍ର 23 ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଗଞ୍ଜାମ ବାର ଆସୋସିଏନ 2.5 ଓଭର ରେ 24 ରନ କରି ମ୍ୟାଚ୍ କୁ ଜିତି ନେଇଥିଲା। ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ଗଞ୍ଜାମ ଟିମ ର ଦିପଙ୍କର ମହାନ୍ତି ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇ ଥିଲା। ସେହିଭଳି ଦ୍ଵିତୀୟ ମ୍ୟାଚ୍ ବାଲେଶ୍ଵର ବାର ଆସୋସିଅନ ଶହ ହାଇକୋର୍ଟ ବାର ର ଏ ଟିମ ମଧ୍ୟ ରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ରେ ହାଇକୋର୍ଟ ବାର ଏ ଟିମ ଟସ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ କୋଡ଼ିଏ ଓଭର ରେ ବାଲେଶ୍ଵର ଟିମ୍ ଛଅଟି ୱିକେଟ୍ ହରାଇ 203 ରନ୍ ସଂଗ୍ରହ କରିଥିଲେ ।ଜବାବ ରେ ହାଇକୋର୍ଟ ବାର ଆସୋସିଆନ୍ ର ଏ ଟିମ ନିର୍ଦ୍ଧାରିତ କୋଡ଼ିଏ ଓଭର ରେ ଛଅ ୱିକେଟ୍ ହରାଇ ମୋଟ 165 ରନ୍ ସଂଗ୍ରହ କରିଥିଲେ। ମ୍ୟାଚ୍ କୁ ବାଲେଶ୍ଵର ବାର Association 38 ରନ୍ ରେ ମ୍ୟାଚ୍ କୁ ଜିତିଥିଲା। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ବାଲେଶ୍ଵର ବାର ଆସୋସିଏସନ୍ ର ସରୋଜ କୁମାର ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।ଆଜିର ଏହି କାର୍ଯ୍ଯକ୍ରମ ରେ ଆୟୋଜକ କୋରାପୁଟ ଓକିଲ ସଙ୍ଘ ର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ। ଅମ୍ପାୟାରି ଭାବେ ଓସିଏ ପାନଲ ଆମ୍ପାରିଙ୍ଗ ଅସିତ୍ ପଟ୍ଟନାୟକ ଓ ରମେଶ ସ୍ୱାଇଁ ଖେଳ ପରିଚାଳନା କରିଥିଲେ। କୋରାପୁଟ ବାର ଆସୋସିଏନ ର ସଭାପତି ପ୍ରଭାତ ମହାପାତ୍ର… ସମ୍ପାଦକ ସୁନୀଲ କୁମାର ଜେନା.. ଉପସଭାପତି.. କୃଷ୍ଣ ସ .. ବାର କାଉନସିଲ ସଦସ୍ୟ ପି ରମେଶ ପାତ୍ର ବରିଷ୍ଟ ଓକିଲ ଟି ଏନ୍ ମୂର୍ତ୍ତି. ନିହାର ରଞ୍ଜନ ପଟ୍ଟନାୟକ.. ବିଦ୍ୟାଧର ସାହୁ .. ମନୋରଞ୍ଜନ ରାଉତରାୟ..ଶିଶିର ବିଶ୍ଵାଳ…ନୂପେନ୍ଦ୍ର ନାରାୟଣ ବାଘ ପ୍ରଶାନ୍ତ ପାତ୍ର .. ଉତମ ମିଶ୍ର.. ସୁବାସ ଚନ୍ଦ୍ର ଭୋଇ .. ସୁଦର୍ଶନ ମାଝୀ..କମଳ କୁମାର ଖରା…କୋରାପୁଟ ବାର ସଙ୍ଘ ର ସମସ୍ତ ସଦସ୍ୟ ଓ ସଦ୍ୟାସ୍ୟା ଉପସ୍ଥିତ ଥିଲେ।, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
