ଟାଟାଏସି ଓଲଟି ୧୫ ଆହତ,୪ ଗୁରୁତର
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)ବରଯାତ୍ରୀରେ ଡିଜେ ଓ ଲାଇଟ କାମରେ ଯାଇଥିବା ଶ୍ରମିକ ମାନେ କାମ ସାରି ଫେରୁଥିବା ବେଳେ ଟାଟାଏସି ଓଲଟି ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁତୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଅନନ୍ତପୁର ଅଞ୍ଚଳର ଏକ ଟାଟାଏସି ଯୋଗେ ଓଡ଼ଶାଳ ଓ ଖରାସହାପୁର ଗ୍ରାମର କିଛି ଶ୍ରମିକ ଶ୍ରେଣୀର ଲୋକ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ କାମ ସାରି ସକାଳେ ଘରକୁ ଫେରିବା ବାଟରେ ବାଲିକତିରଣ ଛକ ନିକଟରେ ଟାଟାଏସିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଏଥିରେ ଥିବା ୧୫ ଜଣା ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅନନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଓଡ଼ଶାଳ ଗ୍ରାମର ଚିନ୍ମୟ ଦଳେଇ,ଦୀପକ ଦଳେଇ, ଦିବାନି ଶଙ୍କର ଜେନା,ଅଭିମନ୍ୟୁ ଦଳେଇ ଓ ଅଜୟ ଜେନାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
