ଦନ୍ତା ଆକ୍ରମଣରେ ଯୁବକ ଗୁରୁତର।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ଥାନା କେଶରିପୁର ପଞ୍ଚାୟତ ଶାଳଚୁଆ ଗ୍ରମାରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ରାତିରେ ଏକ ଦନ୍ତାହାତୀ ଗ୍ରାମର ଅନୀଲ ମୁର୍ମୁଙ୍କ ଘର ପାଖ ବାଡିରେ ପଶି କଦଳୀ ଗଛ ଖାଇଥିଲା। ଅନୀଲ ହାତୀକୁ ଘଉଡାଇବା ସମୟରେ ହାତୀଟି ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ଅନିଲ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।.
