ରେଢ଼ାଖୋଲରେ ରାବଣ ପୋଡି, ରମାକାନ୍ତଙ୍କ ନାମରେ ମଞ୍ଚ ନାମିତ, ଜଳିଲା ୪୦ ଫୁଟର ରାବଣ
ରେଢ଼ାଖୋଲ ୨୨.୧୦(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ କଦମ୍ବ ପଡ଼ିଆ ଠାରେ ଦଶମ ରାବଣ ପୋଡି ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଆବାହକ ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି ମହୋତ୍ସବରେ କମିଟିର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ରମାକାନ୍ତ ମହାନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଞ୍ଚକୁ ‘ରମାକାନ୍ତ ମଣ୍ଡପ’ ନାମରେ ନାମିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ସରୋଜ ପ୍ରଧାନ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରି ରାବଣ ପୋଡି ଆମକୁ ଶିଖାଏ ଯେ ଅହଙ୍କାର ଯେତେ ବଡ଼ ହେଲେ ମଧ୍ୟ ସତ୍ୟ ଓ ଧର୍ମ ସମ୍ମୁଖରେ ତାର ପତନ ନିଶ୍ଚିତ, ଆଜିର ସମାଜରେ ଅହଙ୍କାର, ହିଂସା ଓ ଅସତ୍ୟ ରୂପୀ ରାବଣକୁ ଦହନ କରି ପ୍ରେମ, ଶାନ୍ତି ଓ ସତ୍ୟର ପ୍ରତିଷ୍ଠା କରିବାର ସମୟ ଆସିଛି। ରାଜ୍ୟରେ ଡବଲ ଇଞ୍ଜିନ ସରକାରରେ ଅନେକ ବିକାଶ କାର୍ଯ୍ୟ ହୋଇଛି ଏବଂ ରେଢ଼ାଖୋଲ ଅଞ୍ଚଳ ମଧ୍ୟ ବିକାଶ ଦିଗରେ ଆଗକୁ ବଢୁଛି ବୋଲି ଉଦବୋଧନ ଦେଇଥିଲେ। ଏଥିରେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ମହୋତ୍ସବର ସଭାପତି ତଥା ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ଏନଏସି ନିର୍ବାହୀ ଅଧିକାରୀ ରଞ୍ଜନ ମାର୍ଥା, ହିରାଞ୍ଚଳ ଖବର କାଗଜର ଚିଫ୍ ଏଡିଟର ଯୁଗଳ ସାମଲ, ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ଉପାଧ୍ୟକ୍ଷା ସୁଷମା ମୁଣ୍ଡା, ବିଜେପି ଯୁବ ମୋର୍ଚ୍ଚା ନଗର ସଭାପତି ସୂର୍ଯ୍ୟ ପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି, ଆମ ଭିତରେ ଥିବା ରାବଣ ରୂପୀ ଅହଙ୍କାରକୁ ନିଜ ଭିତରୁ ବିନାଶ କରି ସତ୍ୟ ମାର୍ଗରେ ଚାଲିବା ଉଚିତ୍ ଏବଂ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଉଚିତ୍ ବୋଲି ଅତିଥି ମାନେ ଅଭିଭାଷଣରେ କହିଥିଲେ। ଏହି ଅବସରରେ କମିଟିର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ରମାକାନ୍ତ ମହାନନ୍ଦ ଓ କମିଟି ସଦସ୍ୟ ସ୍ୱର୍ଗତ ବବଲୁ ଦେଓଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥିରେ ଆକର୍ଷଣୀୟ ଭାବେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ରାବଣ ବଧ ଗୀତିନାଟ୍ୟ ଓ ରାବଣ ଦରବାର ପରିବେଷଣ କରାଯାଇଥିଲା। ବିଗତ ପାଞ୍ଚ ବର୍ଷ ମଧ୍ୟରେ ରେଢ଼ାଖୋଲ ଏନଏସି ଅଞ୍ଚଳରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିବାରୁ ମହାରାଜ ରାବଣ ଏନଏସି ଅଧ୍ୟକ୍ଷ ଶିବରାମ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନିଲ ମେହେର ପରିଚାଳନା କରିଥିଲେ। ରାବଣ ଭୂମିକାରେ ବୁର୍ଡା ପଞ୍ଚାୟତର ସମିତି ସଭ୍ୟ ସଞ୍ଜୟ ବେହେରା, ରାମ ଭୂମିକାରେ ଟୁନା ମେହେର, ଲକ୍ଷ୍ମଣ ଭୂମିକାରେ ଅନୁଭବ ସିଂଦେଓ, ହନୁମାନ ଭୂମିକାରେ ହରିବନ୍ଧୁ ସୁନା, ଶୁକ ଭୂମିକାରେ ଜଗବନ୍ଧୁ ପ୍ରଧାନ, ଶାରଣ ଭୂମିକାରେ ଶ୍ରବଣ ନାୟକ, ବିଭୀଷଣ ଭୂମିକାରେ ଯୁଧିଷ୍ଠିର ବାଜେଣୀ, ସୁଗ୍ରୀବ ଭୂମିକାରେ ନରେନ୍ଦ୍ର ମିର୍ଦ୍ଧା, ଦେବୀ ଦୁର୍ଗା ଭୂମିକାରେ ଜୟଶ୍ରୀ ବାଜେଣୀ ଓ ସ୍ନେହା ଜେନା ଅଭିନୟ କରିଥିଲେ। ଶେଷରେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ୪୦ ଫୁଟ୍ ଉଚ୍ଚତା ବିଶିଷ୍ଟ ରାବଣ କୁଶ ପୁତ୍ତଳିକାକୁ ବିଭିନ୍ନ ପ୍ରକାର ଆତସବାଜି ସହ ଦାହ କରାଯାଇଥିଲା। ଏଥିରେ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ କାଉନସିଲର ଅମରେଶ ନାଏକ, ସମ୍ପାଦକ ଅନିଲ ପୃଷ୍ଟି, ପ୍ରକାଶ ମୁଖୀ, ଦିଲ୍ଲୀପ ଲାଉରୀଆ, ଲବ ଷଣ୍ଢ, ଈଶ୍ୱର ବାଘ, ଜଗା ସିଂ, ପ୍ରମୋଦ ନାଗ, ସୁଧାଂଶୁ ପୁରୋହିତ, କଳାକାର ପରିବାରର ସିକୁନ ମହାନ୍ତିଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
