*ବିଶାଳକାୟ_୧୨_ଚକିଆ_ଟ୍ରକ୍_ଏବଂ_ଟ୍ରଲର_ଧକ୍କା*
ବାଙ୍ଗିରିପୋଷି ଭଞ୍ଜଦୂତ୍ ଖବର (ଅଂଶୁମାନ ଘୋଷ)26-04-2026- ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ରେ ଅଭାବନିୟ ଘଟନା ଘଟିଲା କୁଳିଅନା ଠାରେ କାଠସିରିଶି ଅଞ୍ଚଳର ୧୮ ନମ୍ବର ଜାତୀୟ ରାଜପଥ ପାଲଟିଥିଲା ଏକ ଭୟଙ୍କର ରଣକ୍ଷେତ୍ର। ଗୋଟିଏ ପଟେ ବିଶାଳକାୟ ୧୨ ଚକିଆ ଟ୍ରକ୍ ଏବଂ ଅନ୍ୟପଟେ ଦ୍ରୁତଗାମୀ ଟ୍ରଲର ଧକ୍କା । ବମ୍ବେଛକ ପଟୁ ଯାଉଥିବା ଏକ ଦୃତଗାମୀ ଟ୍ରକ ଜେଜେ ଠାବା ନିକଟରେ ବାଏ ପାସ ରେ ଯାଇ ମୁହାଁମୁହିଁ। ସଂଘର୍ଷ ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା। ଧକ୍କା ହେବାର କିଛି କ୍ଷଣ ମଧ୍ୟରେ ଟ୍ରକ୍ଟି ଏକ ଜଳନ୍ତା ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା। ଯେତେବେଳେ ଟ୍ରକ୍ଟି ନିଆଁର ହୁତୁ ହୁତୁ ହୋଇ ଜଳୁଥିଲା, ସେତେବେଳେ କ୍ୟାବିନ ଭିତରେ ଜୀବନ ପାଇଁ ସଂଗ୍ରାମ କରୁଥିଲେ ଚାଳକ। ଚାରିଆଡ଼େ କଳା ଧୂଆଁ ଏବଂ ନିଆଁର ଶିଖା। ମୃତ୍ୟୁ ଯେତେବେଳେ ସମ୍ମୁଖରେ ଠିଆ ହୋଇଥିଲା, ଠିକ୍ ସେତିକି ବେଳେ ଦେବଦୂତ ସାଜି ମାଡ଼ି ଆସିଥିଲେ ସ୍ଥାନୀୟ କାଠସିରିଶି ଗ୍ରାମବାସୀ। ନିଜ ଜୀବନକୁ ପାଣି ଛଡ଼ାଇ, ନିଆଁର ସେହି ପ୍ରକୋପକୁ ଖାତିର ନକରି ଲୋକେ ଝରକା କାଚ ଭାଙ୍ଗି ଡ୍ରାଇଭରଙ୍କୁ ବାହାରକୁ ଟାଣି ଆଣିଥିଲେ। କୁହାଯାଏ “ରଖେ ହରି ମାରେ କିଏ”, ଡ୍ରାଇଭର ଜଣକ ବାହାରିବାର ମାତ୍ର କିଛି ଜାତୀୟ ରାଜପଥରେ ଉଭୟ ପାର୍ଶ୍ୱରେ ଜାମ ।
