ମିଛ ପ୍ରହସନ ଭିତରେ ଥିଲେ କି ବାଲେଶ୍ବର ପୂର୍ବତନ ବିଧାୟକ !
ସାଧାରଣ ଲୋକଙ୍କ ପାଇଁ ପାଇଁ ଜନପ୍ରତିନିଧି ! ଜନତା,ଜନପ୍ରତିନିଧି ଆଉ ପ୍ରଶାସନ ର ସଠିକ ସମନ୍ଵୟ ରହିଲେ ଉନ୍ନୟନମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଥାଏ।ନବୀନ ବାବୁ ବହୁତ ଆଶା ଆଉ ଆସ୍ଥା ରଖି ଟୁକୁନା ବାବୁଙ୍କୁ ବାଲେଶ୍ବର ଉପ ନିର୍ବାଚନରେ ବିଧାୟକ କରିଥିଲେ। ହେଲେ,ନା ଜଳ ନିଷ୍କାସନ ସମସ୍ୟା ଦୂର ହେଲା, ନା ରାସ୍ତା ଘାଟ,ନା ଷ୍ଟ୍ରିଟ ଲାଇଟ,ନା ଛୋଟ ଛୋଟ ପିଲାମାନଙ୍କ ପାଇଁ ଗୋଟିଏ ପାର୍କ ହେଲା ! କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ବି କରିପାରିଲେନି ଉଚ୍ଛେଦ ! ଯେହେତୁ ସେମାନେ ନିଜର ବନ୍ଧୁ ! ସମୟ ଗଡିଗଲା। କିଛି ତାଙ୍କର ନିଜର ହେଲେ ସତ, ହେଲେ,ସେମାନଙ୍କ ପାଇଁ ଭୋଗୁଛନ୍ତି ଆଜି ବାଲେଶ୍ବରର ସାଧାରଣ ଜନତା ! ଟୁକୁନା ବାବୁ ବିଧାୟକ ହେବାପରେ ବାଲେଶ୍ଵରର ବଡ ବଡ଼ ଶିଳ୍ପପତି ତାଙ୍କର ବ୍ୟବସାୟ ପାଇଁ ଯେତିକି ଉତ୍ସାହିତ, ସାଧାରଣ ଲୋକ ସାଧାରଣରେ ସେତିକି ଚିନ୍ତିତ ! ସରକାର ଥିଲା, ବିଧାୟକ ବି ଥିଲେ,କାମ ହେଲାନି, ଏବେ ସରକାର ରେ ନ ଥାଇ ମିଛ ପ୍ରତିଶ୍ରୁତି ଗ୍ରହଣ ସାଧାରଣରେ ବଡ଼ ପ୍ରଶ୍ନବାଚୀ !!!
