*ନୂଆପଡ଼ା ଉପ ନିର୍ବାଚନ , କୋମନା ଠାରେ କଂଗ୍ରେସ ପକ୍ଷ ରୁ ପଦଯାତ୍ରା ମାଧ୍ୟମ ରେ ଭୋଟ ଭିକ୍ଷା, ରାଜ୍ୟ ପ୍ରଭାରୀ, ପିସିସି ସଭାପତି ନିର୍ବାଚନୀ ପ୍ରଚାର*
ନୂଆପଡା (ମିଖାଏଲ ନନ୍ଦ)
ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ୩ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ରେ କଂଗ୍ରେସ ନିର୍ବାଚନୀ ପ୍ରଚାର କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଣ୍ଟାପାଳି, ଦାନଝଲା, ଗଣ୍ଡାମେର, ମାଲପଡ଼ା, ମହୁଳଭଟା ଓ କାଣ୍ଡେତରା ଭଳି ଗାଁରେ ପଦଯାତ୍ରା କରି ନିର୍ବାଚନୀ ପ୍ରଚାର କରିବା ସହ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ଅଜୟ ଲଲୁ, କୋରାପୁଟ ବିଧାୟକ ରାମଚନ୍ଦ୍ର କାଡ଼ାମ, ରାଜଗାଙ୍ଗପୁର ବିଧାୟକ ଡ଼ ରାଜନ ଏକ୍କା, ଲଷ୍ମୀପୁର ବିଧାୟକ ପବିତ୍ର ସାନ୍ତଳା, ଷ୍ଟାର ପ୍ରଚାରକ ସୁନିତା ବିଶ୍ବାଳ ଓ ଅନିତା ବିଶ୍ବାଳ, ସହ ବହୁ କର୍ମୀ ଯୋଗ ଦେଇଥିଲେ।ମାରାଥନ ପ୍ରଚାର ନେଇ କଂଗ୍ରେସ ପ୍ରାର୍ଥୀ ବିଜୟୀ ନେଇ ଦୃଢ଼ ଆଶାବାଦୀ ବୋଲି ପ୍ରକାଶ।
