କୋର୍ଟ ମାଲଖାନାରୁ ଚୋରି, ଚିନ୍ତାରେ ସୋର ବାସୀ।
ସୋର:(ଭଞ୍ଜଦୂତ, ନିପ୍ର, ଜ୍ୟୋତି ପ୍ରକାଶ
) ଜିଲ୍ଲା ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ , ଯେଉଁ ନ୍ୟାୟାଳୟ ରେ ଲୋକମାନେ ନିଜର ନ୍ୟାୟ ପାଇଥାନ୍ତି ଚୋର ମାନେ ସେଇ ନ୍ୟାୟାଳୟ କୁ ଟାର୍ଗେଟ କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି। ଘଟଣା ରୁ ପ୍ରକାଶ ଚୋରମାନେ ସୋର କୋର୍ଟ ପରିସରରେ ଥିବା ମାଲଖାନାରୁ ଚୋରି କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସୋର କୋର୍ଟ ମାଲଖାନାରେ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଜବତ କରାଯାଇଥିବା ସୁନା,ରୂପା ଅଳଙ୍କାର ସମେତ ବନ୍ଧୁକ,ଡ୍ରଗ୍ସ ଆଦି ନିଶା ଦ୍ରବ୍ୟ ସମେତ ବିଭିନ୍ନ ଜବତ ସାମଗ୍ରୀ ମଧ୍ୟ ରଖାଯାଇଥିଲା। ଗତକାଲି ରାତିରେ କୋର୍ଟ ପାଚେରୀକୁ ଲାଗି ପଛପଟେ ଥିବା ସ୍କୁଲ ଦିଗରୁ କିଛି ଦୁର୍ବୁତ୍ତ ଗ୍ରୀଲ କାଟି କୋର୍ଟ ଭତରକୁ ପ୍ରବେଶ କରିଥିଲେ। ପରେ କୋର୍ଟରେ ଲାଗିଥିବା ୧୦ ରୁ ଅଧିକ ଶିଶି ଟିଭି ଭାଙ୍ଗିବା ସହିତ ସୁନା,ରୁପା ଅଳଙ୍କାର ଓ ବନ୍ଧୁକ ନେଇଯାଇଥିଲେ। ଆଜି ସକାଳେ ୱାଚ ମ୍ୟାନ କୋର୍ଟ ରୁମ ଖୋଲିବା ସମୟରେ ରୁମ ଖୋଲା ଥିବା ଦେଖିବାକୁ ପାଇବା ପରେ ଏବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଅଧିକାରୀ ମାନେ ଜାଣିବା ପରେ ଜିଲ୍ଲା ଅତିରିକ୍ତ ଜଜଙ୍କ ସମେତ ସୋର କୋର୍ଟର ଜଜ,ଓକିଲ ଓ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସାଇଣ୍ଟିଫିକ ଟିମ ସନ୍ଧାନି କୁକୁର ସହ ଘାଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିବା ଜଣାପଡ଼ିଛି। ଜବତ ଚୋରା ବନ୍ଧୁକ ପୁଣି ଥରେ ଚୋରି ହୋଇଥିବାରୁ, ଉକ୍ତ ବନ୍ଧୁକ ଗୁଡାକ ଅପରାଧିକ କାର୍ଯ୍ୟକଳାପ ରେ ବ୍ୟବହୃତ ହେବା ନେଇ ସାଧାରଣରେ ଭୟ ସୃଷ୍ଟି ହେବା ସହ ୱାଚ ମ୍ୟାନ ଙ୍କ ଦାୟିତ୍ଵହୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂତନ i i c ଙ୍କ ପାଇଁ ଏହା ଏକ ଖୋଲା ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଠି ପ୍ରଶ୍ନ ଉଠେ ୱାଚ ମ୍ୟାନ ଥିବା ସ୍ଵତେ କିପରି ଚୋରି ହେଲା?
