ବୌଦ୍ଧ ଜିଲ୍ଲାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ଳ
ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ପ୍ରୋତ୍ସାହନ ବଣ୍ଟନ କଲେ l
ବୌଦ୍ଧ , ତା ୨୪.୦୪.
ବୌଦ୍ଧ ଜିଲ୍ଲାର ବୌଦ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ଅବସରରେ ଜିଲ୍ଲା ସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା। କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ l ଜିଲ୍ଲପାଳ ବିଭୂତି ଭୂଷଣ ନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ,
ବୌଦ୍ଧ ପଞ୍ଚାୟତ ସମିତି ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲାପରିଷଦ ସଭ୍ୟ ରାକେଶ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ଅନ୍ତ୍ୟୋଦୟ ଗୃହ ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ର କାର୍ଯ୍ୟlଦେଶ ଓ ବିଭିନ୍ନ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଗୋଷ୍ଠୀ ନିବେଶ ରାଶି ଓ ବ୍ୟକ୍ତିଗତ ପାଇଖାନା ପାଇଁ ପ୍ରତୀକାତ୍ମକ ଚେକ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ଜନପ୍ରତିନିଧି, ଜନସାଧାରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ସଦସ୍ୟା ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ lସମାରୋହରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ l ଉପସ୍ଥିତ ସମସ୍ତେ ବାଲାଙ୍ଗୀରରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ କାର୍ଯକ୍ରମର ସିଧା ପ୍ରସାରଣ ଦେଖିଥିଲେ।କାର୍ଯକ୍ରମ ପରିଚାଳନାରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ, ବିଭିନ୍ନ ବିଭାଗର ଅଧିକାରୀ ଓ ବି ଡି ଓ ଙ୍କ କାର୍ଯାଳୟର କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l
