ମଦମୁକ୍ତ ଶପଥ ନେଲେ ଗାଁ ର ଶତାଧିକ ମହିଳା।
ଫର୍ମାଟ :-AVB
ସ୍ଥାନ :-ପରଜଙ୍ଗ
ଆଙ୍କର :- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ଗାଁ ରେ ମଦର କରାଳ ଗ୍ରାସରୁ ପରିବାର ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ଆରମ୍ଭ ହୋଇଛି ଏକ ବଡ଼ ଗଣଆନ୍ଦୋଳନ। ମାଣିକମରା ଗ୍ରାମରେ ଶତାଧିକ ମହିଳା ଏକାଠି ହୋଇ ‘ମଦମୁକ୍ତ ଗାଁ ଅଭିଯାନ’ ଆରମ୍ଭ କରିଛନ୍ତି। ଗ୍ରାମ ସ୍ଥିତ ମା’ ଦୁର୍ଗାଙ୍କ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ମହିଳା ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ସଙ୍କଳ୍ପ ଓ ଶପଥ ପାଠ କରିବା ସହ ଏକ ବିଶାଳ ସଚେତନତା ଶୋଭାଯାତ୍ରା ବାହାର କରିଥିଲେ |ତେଵେ ମଦ ପାଇଁ ଅନେକ ସୁନା ସଂସାର ଛାରଖାର ହେଉଥିବା ବେଳେ ଏହା ବିରୋଧରେ ଏବେ ମହିଳା ଶକ୍ତି ସଜାଗ ହୋଇଛି। ମାଣିକମରା ଗ୍ରାମର ଶତାଧିକ ମହିଳା ଏକଜୁଟ୍ ହୋଇ ମା’ ଦୁର୍ଗାଙ୍କ ମନ୍ଦିରରେ ପ୍ରଥମେ ଗାଁକୁ ମଦମୁକ୍ତ କରିବା ପାଇଁ ଶପଥ ନେଇଥିଲେ ଏବଂ ଏହାପରେ ଏହି ଅଭିଯାନକୁ ଆଗକୁ ବଢ଼ାଇଥିଲେ।ମହିଳା ସଂଘ ପକ୍ଷରୁ ‘ମଦ ହଟାଓ, ଗାଁ ବଞ୍ଚାଓ’ ଭଳି ବିଭିନ୍ନ ଗଗନପବନ ପ୍ରକମ୍ପିତ ସ୍ଲୋଗାନ ଦିଆଯାଇ ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା। ଏହା ସହିତ ଗ୍ରାମରେ ବେଆଇନ ଭାବେ ମଦ କାରବାର କରୁଥିବା ବ୍ୟବସାୟୀଙ୍କ ଆଡ୍ଡା ଆଗରେ ପହଞ୍ଚି ମଦ ବିକ୍ରି ତୁରନ୍ତ ବନ୍ଦ କରିବା ପାଇଁ ମହିଳାମାନେ ସିଧାସଳଖ ଚେତାବନୀ ଓ ଆହ୍ୱାନ ମଧ୍ୟ ଦେଇଛନ୍ତି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
