କନ୍ଦରସିଂହା ଓ ବାରିହାପୁରୁ ଗ୍ରାମରୁ ବିଦାୟ ନେଲେ ମା ଗଜଲକ୍ଷ୍ମୀ
ସ୍ଥାନ ପରଜଙ୍ଗ
ଜଗତର ଜଗନ୍ନାଥ ଙ୍କୁ ଯେ ଭିକ୍ଷା ଥାଳ ଧରାଇଥିଲେ ସେ ମା ଧନନାତ୍ରୀ । ତାଙ୍କ ଆଗମନରେ ହସି ଉଠିଥିଲା ପୁର ଠାରୁ ପଲ୍ଲି । ସେହିପରି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ପ୍ରାୟ ଗ୍ରାମରେ ମାଙ୍କ ପୂଜା ହେଉଥିବା ବେଳେ ଏହାର ନିଆରା ଦୃଶ୍ୟ ଦେଖିବାକୁ ମିଳେ କନ୍ଦର ସିଂହା ଓ ବାରିହାପୁରୁ ଗ୍ରାମରେ, ଦିର୍ଘ ୫୦ ବର୍ଷ ପୂବେ ପଦ୍ମ ପଦ୍ମାଳୟା ପୂଜା କମିଟୀ ପ୍ରଥମେ ପୂଜା ଆରମ୍ଭ କରି ଧରେ ଅନ୍ୟ ଗ୍ରାମକୁ ବ୍ୟପିଥିଲା। କୁମାର ପୂର୍ଣ୍ଣିମା ଠାରୁ ପ୍ରାୟ ଆଠ ଦିନ ଧରି ଚାଲୁଥିବା ପୂଜା ଆଜି ଶେଷ ଦିନରେ ପହଁଚିଛି |ରିତିନିତି ପୂଜାପାଠ ଆଳତି କରି ପୂର୍ଣାହୁତି ପରେ ମା ଙ୍କୁ ମେଳାଣୀ ଦିଆ ଯାଇଛି । ଗ୍ରାମର ପ୍ରାୟ ସମସ୍ତ ମେଢ ଗ୍ରାମ ଦେବତୀ ପାଖରୁ ଏକତ୍ର ସେଭା ଯାତ୍ରାରେ ହାଇସ୍କୁଲ୍ ପଡିଆ ଠାରେ ପହଞ୍ଚିଥିଲା । ଏହି ଭଷାଣୀ ଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା ପୁରୀ ଜିଲ୍ଲାର ଶିଶୁ ପ୍ରତିଭା ମାନଙ୍କର ଓଡ଼ିଶୀ ନୃତ୍ୟ, ଖାଲି ସେତିକି ନୁହେଁ ବାଦ୍ୟ, ମା ରୁଦ୍ର କାଳି ଓ ଡିଜେ ବାଦ୍ୟରେ ଉଚ୍ଛବ ମୁଖର ହୋଇଉଠିଥିଲା ପୁରା ଗ୍ରାମ ପରିବେସ । ମାଙ୍କ ଶେଷ ଦର୍ଷନ କରିବା ପାଇଁ ନିକଟ ଗ୍ରାମ ମାନଙ୍କରୁ ଛୁଟି ଆସିଥିଲେ ଅନେକ ଶ୍ରଦ୍ଧାଳୁ । ଶାନ୍ତି ସୃଙ୍ଖଳା ରକ୍ଷା ପାଇଁ ପରଜଙ୍ଗ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଶାନ୍ତି ଶୃଙ୍ଖଳା ସହ ବିଦାୟ ନେଇଛନ୍ତି ମା ଗଜଲକ୍ଷ୍ମୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର କାଗଜ
