*ଗାଁରେ ବୁଲୁଛି ବନ୍ୟ ପ୍ରାଣୀ ଭାଲୁ – ସନ୍ଧ୍ୟା ହେଲେ ଗାଁରେ କବାଟରେ ତାଲା, ଭୟଭୀତ ଗ୍ରାମବାସୀ।*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସାହାଜଟ ଭାଲୁ ଆତଙ୍କ ଦେଖାଦେଇଛି l ସନ୍ଧ୍ୟା ହେଲେ ଗାଁର ପ୍ରତ୍ୟେକ ଘରେ କବାଟରେ ତାଲା ଝୁଲୁଛି। ଭାଲୁ ଭୟରେ ଗ୍ରାମବାସୀ।
ନୂଆପଡ଼ା ସଦର ରେଞ୍ଜ ଲଖନା ଫରେଷ୍ଟ ସେକସନର ସାହାଜଟ ଗାଁରେ ଭାଲୁ ଆତଙ୍କ ସୃଷ୍ଟି କରିଛି l ସନ୍ଧ୍ୟା ହେଲେ ଦୁଇ ଛୁଆ ସହ ମାଁ ଭାଲୁ ଭିତରକୁ ପଶି ଆସୁଛି l ଘରର କବାଟ ଭାଙ୍ଗି ଘର ଭିତରକୁ ପଶି ଖାଦ୍ୟ ଖାଇ ଦେଉଥିବା ଅଭିଯୋଗ l ପୁଣି ମାଟି କାନ୍ଥ ଖପର ଛାତ ଘର ହୋଇ ଥିଲେ ଛାତ ଉପରକୁ ଚଢ଼ି ଚୁର ମାର କରୁଥିବା ବେଳେ ଘର ଭିତରକୁ ପଶି ଖାଦ୍ୟ ସଫା ଚଟ କରିବା ଅଭିଯୋଗ। ସ୍ଲାପ ଘର ଥିବା ପରିବାର ସାମାନ୍ୟ ସୁରକ୍ଷିତ ଭାବେ ରହୁ ଥିବା ବେଳେ ଖପର ଛାତ ଘର ପରିବାର ଭଗବାନଙ୍କ ଭରଷାରେ ରାତି ସାରା ଅନିଦ୍ରା ରହି ଯାଉଛନ୍ତି l ଗାଁର ପ୍ରାୟ ୧୦ରୁ ଅଧିକ ଲୋକଙ୍କ ଘରର ଛାତ ଭାଙ୍ଗି ଘର ଭିତରକୁ ପଶି ଯାଇ ଥିବା ଲୋକେ ଅଭିଯୋଗ କରିଛନ୍ତି l
କେବଳ ସାହାଜଟ ଗାଁରେ ଭାଲୁ ଆତଙ୍କ ଦେଖାଇଛି ତାହା ନୁହେଁ ନିକଟରେ ଥିବା ଶିଲଭା, ପଟପରପାଲି, ଆଦି ଗାଁରେ ମଧ୍ୟ ଆତଙ୍କ ଦେଖାଇଛି l ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ସୁରକ୍ଷିତ ଏହି ଭକୁ କୁ ମଧ୍ୟ ସୁରକ୍ଷିତ ଜଙ୍ଗଲ କୁ ଘଉଡ଼ାଇବା ପ୍ରୟାସ ଜାରି ରହିଛି।
