*ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତ*
————————–ଅନୁଗୋଳ /ତାଳଚେର :ତା 14/08/2026: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଅଗଷ୍ଟ 14 ରୁ 17 ଚାରି ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି |ସେ ସମୟରେ ସେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶିଳାନ୍ୟାସ ସହ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି |
୧୪ ଅଗଷ୍ଟ ଅପରାହ୍ନ ୪:୩୦ ରେ ଢେଙ୍କାନାଳ ଜିଲ୍ଲାରୁ ବାହାରି ଅନୁଗୋଳ, ଜରପଡା ଓ ଛେଣ୍ଡିପଦା ଦେଇ ଦେବଗଡ଼ ଜିଲ୍ଲା ଅଭିମୁଖେ ଯାତ୍ରା କରିବେ | ୧୫ ଅଗଷ୍ଟ ସନ୍ଧ୍ୟା ୫: ଟାରେ ପାଲଲହଡ଼ା ସ୍ଥିତ ଜାତୀୟ ରାଜପଥ ବଙ୍ଗଳା ଠାରେ କିଛି ସମୟ ରହି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ଜନସାଧାରଣ ଓ କାର୍ଯ୍ୟକର୍ତା ଙ୍କ ସହ ସାକ୍ଷାତ ଆଲୋଚନା କରିବେ |ପରେ ପାଲଲହଡ଼ା, ରୁ ଆସି ତାଳଚେର ସ୍ଥିତ ଦୀନଦୟାଲ ନଗର ରେ ପହଁଚିବେ |
୧୬ ଅଗଷ୍ଟ ସକାଳ ୯:୦୦ ଟାରେ
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗଦେବେ, ସକାଳ ୧୧ :୦୦ – ଦିନ ୧୨:୦୦:* ମଧ୍ୟରେ ତାଳଚେର କଲେଜ ପଡିଆ ଠାରେ ତାଳଚେର ପୌର ପରିଷଦର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରେ ଯୋଗଦେବେ |
ଅପରାହ୍ନ ୩:୩୦ ରେ ଦୀନଦୟାଲ ନଗର, ତାଳଚେରରୁ ଅନୁଗୋଳ ସର୍କିଟ୍ ହାଉସ୍ ଅଭିମୁଖେ ଯାତ୍ରା କରିବେ, ୪:୧୫ – ୪:୫୦:*
ଅନୁଗୋଳ ସର୍କିଟ୍ ହାଉସ୍ରେ ଅବସ୍ଥାନ କରିବେ |ସନ୍ଧ୍ୟା ୫:୦୦ ଟାରେ କୋଦମ ପଡିଆ , ଅନୁଗୋଳ ଟାଉନ୍ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦାନ କରିବେ | ସନ୍ଧ୍ୟା ୬:୩୦ ରେ ଅନୁଗୋଳ ସର୍କିଟ୍ ହାଉସ୍ ରୁ ଦୀନଦୟାଲ ନଗର, ତାଳଚେର ଅଭିମୁଖେ ଯାତ୍ରା କରିବେ |
୧୭ ଅଗଷ୍ଟ
ସକାଳ ୧୧:୪୫ ରୁ ଦୀନଦୟାଲ ନଗର , ତାଳଚେରରୁ ବାହାରି ଏମସିଏଲ ଅତିଥି ନିବାସ ରେ ,ପହଁଚିବେ | ସେଠାରୁ କେନ୍ଦ୍ର ସାର ରସାୟନ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଙ୍କ ସହ ଟିଏଫଏଲ ପ୍ଲାଣ୍ଟ କୁ ଯାଇ ପରିଦର୍ଶନ କରିବା ସହ ସମୀକ୍ଷା ବୈଠକ ରେ ଯୋଗଦେବେ |ପରେ ସନ୍ଧ୍ୟା ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି |ତାଙ୍କର ଗସ୍ତ ସମୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କର ଆସନ୍ତା ଅଗଷ୍ଟ 21 ତାଳଚେର ଗୁରୁଜାଙ୍ଗ ରେ ହେବାକୁ ଥିବା ଜନ୍ମ ଶତବାର୍ଷିକୀ ମୋହତ୍ସବ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିବେ ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି |
