ତାଳଚେରରୁ ବଡ଼ ଖବର!
ମାତ୍ର ୫ ମାସ ମଧ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କ ବଦଳି!
ତାଳଚେର:୧୦/୯/(ନିପ୍ର) ଭଞ୍ଜଦୂତ ଖବର କାଗଜ।ତାଳଚେରରେ ପୁଣି ପ୍ରଶାସନିକ ସ୍ତରରେ ବଡ଼ ପରିବର୍ତ୍ତନ। ମାତ୍ର ୫ ମାସ ମଧ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କ ବଦଳି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ଖବର ଅନୁସାରେ, ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଶିଷ କୁମାର ସାହୁଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପ୍ରଜ୍ଞାନନ୍ଦନ ଗିରି, IASଙ୍କୁ ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।
ମାତ୍ର କିଛି ମାସ ମଧ୍ୟରେ ଉପଜିଲ୍ଲାପାଳଙ୍କ ବଦଳିକୁ ନେଇ ଏବେ ତାଳଚେରରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।
ତେବେ ଏହି ଅଳ୍ପ ସମୟର ବଦଳି ପଛରେ କାରଣ କ’ଣ?
ଏହା ଉପରେ ଏବେ ସମସ୍ତଙ୍କ ନଜର।
ତାଳଚେରରୁ ମନୋଜ ରାଉତଙ୍କ ରିପୋର୍ଟ।
