*ନୂଆପଡା ଉପ ନିର୍ବାଚନ ରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସାଂସଦ ବୈଜନ୍ତ ପଣ୍ଡା ନିର୍ବାଚନ ପ୍ରଚାର ରେ ଯୋଗଦାନ।*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସାଂସଦ ବୈଜନ୍ତ ପଣ୍ଡା ନିର୍ବାଚନ ପ୍ରଚାର ରେ ଯୋଗଦାନ କରିବେ। ଆଜି ଅପରାହ୍ନ ୪ ଘଣ୍ଟା ୩୦ ମିନିଟ ରେ ଗୌତମ ଏୟାର ଷ୍ଟ୍ରିପ ରେ ନିଜସ୍ଵ ହେଲିକପ୍ଟର ଅବତରଣ କରିଛନ୍ତି। ଦଳୀୟ ନେତା ତାଙ୍କୁ ସ୍ବାଗତ କରିଥିବା ବେଳେ ବେଲଟୁକରି ଠାରେ ନିର୍ବାଚନୀ ସଭାକୁ ଉଦବୋଧନ ଦେଇଛନ୍ତି। ନୂଆପଡ଼ା ଉପ ନିର୍ବାଚନ ରେ ନିଶ୍ଚିତ ରୁପ ବିଜୟ ହେବେ ବୋଲି କହିଛନ୍ତି। ଦେଶର ଅର୍ଥନୀତି ଚତୁର୍ଥ ସ୍ଥାନ କୁ ପହଞ୍ଚିଛି। ଦେଶରେ ନରେନ୍ଦ୍ର ମୋଦୀଙ୍କ ସରକାର ଯୋଗୁଁ ବିଶ୍ୱରେ ଭାରତ ଅର୍ଥ ବ୍ୟବସ୍ଥା ୪ ନମ୍ୱର୍ କୁ ପହଞ୍ଚାଇ ଦେଇଛନ୍ତି। ଓଡ଼ିଶା ରେ ବହୁ କଷ୍ଟ ରେ ଡବଲ ଇଞ୍ଜିନ ସରକାର ଆସିଅଛି। ନୂଆପଡ଼ା ରେ ନିଶ୍ଚିତ ବିଜୟୀ ହେବ ବୋଲି କହିଛନ୍ତି।
