ବିଜେଡି ର ଜନ ସଂପର୍କ ପଦଯାତ୍ରା।
ଯୋଡ଼ା ତା ୧/୧୧/୨୦୨୫ ଯୋଡ଼ା ପୌରପାଳିକା ଅନ୍ତର୍ଗତ ଲକ୍ଷ୍ମୀ ପଡିଆ ଠାରୁ ଦିବା ଦଶ ଘଟିକା ରୁ ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇ ବସଷ୍ଟାଣ୍ଡ ପ୍ଲାଣ୍ଟ ଗେଟ ହୋଇ ଯୋଡ଼ା ବସ୍ତି ର ଧରଣୀଧର ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ପଦଯାତ୍ରାରେ ଯୋଡ଼ା ପୌରଦ୍ଦକ୍ଷ ଡକ୍ଟର ଜଗଦୀଶ ପ୍ରସାଦ ସାହୁ,ଯୋଡ଼ା ଜେ ଟି ଓ ଏ ର ସମ୍ପାଦକ ସୁଶାନ୍ତ ବାରିକ, ଜେ ଟି ଓ ଏ ର ପୂର୍ବତନ ସମ୍ପାଦକ ରବିନାରାୟଣ ଦାସ ,ଚତୁର୍ଭୁଜ ପଳେଇ ଓ ଯୋଡ଼ା ମ୍ୟୁନିସିପାଲଟି ର ବି ଜେ ଡି କାଉନସିଲର ମାନଙ୍କ ସହିତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଏହି ପଦଯାତ୍ରାରେ ସହ ସହ ସଂଖ୍ୟାର ଦଳୀୟ ସମର୍ଥକ ଯୋଗଦେଇ ଥିଲେ।
