କେନ୍ଦୁଝର ରେ ‘ଆରୋଗ୍ୟ ମନ୍ଦିରର’ ଉଦ୍ଘାଟନ
——————————————-
କେନ୍ଦୁଝର ,୩୧ /୧୦/୨୫ ଶୁକ୍ରବାର,କେନ୍ଦୁଝର ଜିଲ୍ଲାର ସ୍ବେଛାସେବୀ ଅନୁଷ୍ଠାନ “ବିକାଶ ଜ୍ୟୋତି ଫାଉଣ୍ଡେସନ” ପକ୍ଷରୁ କେନ୍ଦୁଝର ସହରରେ “ଆରୋଗ୍ୟ ମନ୍ଦିର ” ନାମକ ଏକ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ର ଆଜି ଶୁଭ ଉଦ୍ଘାଟନ ହୋଇ ଯାଇଛି I
ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦୁଝର ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ମୁଖ୍ୟ ଅତିଥି ,ଧରଣୀଧର ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନା ର ମୁଖ୍ୟ ଶ୍ରୀମତୀ ସରିତା ନାୟକ ମୁଖ୍ୟ ବକ୍ତା ,କାଉନସିଲର ନିହାର ରଞ୍ଜନ ମିଶ୍ର ,ବରିଷ୍ଠ ସାମ୍ବାଦିକ ତଥା ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ରଞ୍ଜନ କୁମାର ତ୍ରିପାଠୀ , ଓଡିଶା ଗାନ୍ଧୀ ବିଚାର ପରିଷଦ ର ସଭାପତି ଭକ୍ତବତ୍ସଳ ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଥିଲେ I
ପ୍ରଥମେ ସମସ୍ତ ଅତିଥି କେନ୍ଦୁଝର ର ଅଧିଷ୍ଠାତ୍ରୀ ଦେବୀ ମାତାରିଣୀ ଙ୍କ ନିକଟରେ ଦୀପ ପ୍ରଜ୍ଵଳନ କରିଥିଲେ ଏବଂ ମୂଖ୍ୟ ଅତିଥି ଶ୍ରୀମତୀ ନିକୁ ସାହୁ ଫିତାକାଟି ଆରୋଗ୍ୟ ମନ୍ଦିରର ଉଦ୍ଘାଟନ କରିଥିଲେ I
ଆରୋଗ୍ୟ ମନ୍ଦିରର ମୂଖ୍ୟ ପରିଚାଳକ ରୁଦ୍ର ନାରାୟଣ ଲୋହାର ସୂଚନା ଦେଇ ଥିଲେ କି ଆରୋଗ୍ୟ ମନ୍ଦିର ହେଉଚି “ବିକାଶ ଜ୍ୟୋତି ଫାଉଣ୍ଡେସନ” ଟ୍ରଷ୍ଟ ର ଏକ ସ୍ଵାସ୍ଥ୍ୟ ସେବା ର ଏକ ଛୋଟ ପ୍ରୟାସ I ଏଠାରେ ଦିବ୍ୟାଙ୍ଗ ଭାଇ ଭଉଣୀ ,ଛାତ୍ର ଛାତ୍ରୀ ଓ ଦେଶରେ କାର୍ଯ୍ୟ ରତ କିମ୍ବା ଅବସର ପ୍ରାପ୍ତ ବୀର ସୈନିକ ମାନଙ୍କ ସମ୍ମାନ ପାଇଁ ସ୍ୱତନ୍ତ୍ର ରିହାତି ର ବ୍ୟବସ୍ତା ରହିଛି I
ଆଗାମୀ ଦିନ ରେ ଟ୍ରଷ୍ଟ ଦ୍ୱାରା ଶିକ୍ଷା ,ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଜିଲ୍ଲାର ବିଭିନ୍ନ ଅଂଚଳ ରେ କାର୍ଯ୍ୟ କରିବାକୁ ସ୍ଥିରୀକୃତ ହେଇଛି I ଶେଷରେ ଶ୍ରୀ ଲୋହାର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ସଭା ସାଙ୍ଗ କରାଯାଇଥିଲା I
ଉକ୍ତ ଉତ୍ସବକୁ କିରଣ କୁମାର ସୋରେନ ଙ୍କ ବଳିଷ୍ଠ ନିର୍ଦ୍ଧେଶ ରେ ବବିତା ଦାସ ,ଦେବଶ୍ରୀ ଦେବସ୍ମିତା ଜଗଦେବ ,ଅନୁସ୍ମିତା ମହାନ୍ତ ,ସୁଜାତା ଦେହୁରୀ ,ମୋନାଲିସା ସ୍ୱାଇଁ ,ଝରଣା ଆମନ୍ତ, ଲକ୍ଷ୍ମୀଧର ପାତ୍ର ,ଫୁଲସରି ପାତ୍ର ,ପ୍ରଫୁଲ ମହାରଣା ,ଲବଙ୍ଗଲତା ଲୋହାର ,ରିତେଶ ମହାରଣା ,ବୀରେନ ଦେହୁରୀ ,ଭାରଵ ବେହେରା ,ରଞ୍ଜନ ପରିଡା ଇତ୍ୟାଦି ଶିବିର ପରିଚାଳନା କରି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ I
