*ଖଡିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୦୬ଟି ଅଭିଯୋଗର ଶୁଣାଣୀ, ରେଡକ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା. ୨୨.୦୬ :
ନୂଆପଡା ଜିଲ୍ଲାର ଖଡିଆଳ ବ୍ଲକ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଆଜିଜ ଖାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ଉପଜିଲ୍ଲାପାଳ ସୁର୍ମି ସୋରେନ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣୀ କରିଥିଲେ।ଆଜିର ଶିବିରରେ ୮୦ଟି ବ୍ୟକ୍ତିଗତ ଏବଂ ୨୬ଟି ଗୋଷ୍ଠୀଗତ ଅଭିଯୋଗ ସମେତ ମୋଟ ୧୦୬ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା l ଜିଲ୍ଲାପାଳ ସମସ୍ତ ଅଭିଯୋଗର ତ୍ୱରିତ ଏବଂ ଫଳପ୍ରଦ ସମାଧାନ ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ଶିବିରରେ ମମିତା ବାନିଛୋର ଓ ଧରଣୀଧର ପୋଢଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ତତ୍କାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି, ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇଜଣ ବ୍ୟକ୍ତିଙ୍କୁ ‘ସ୍ୱଚ୍ଛ ଦୂତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ବ୍ଲକ ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।
