କୋରାପୁଟ ରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ l
ଆଜି ଜୟପୁର ଭିଜିଲାନ୍ସ ଡିଭିଜନ ତରଫରୁ କୋରାପୁଟ ଠାରେ ଭିଜିଲାନ୍ସ ସପ୍ତାହ ଉପଲକ୍ଷେ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ ପ୍ରଥମେ ଏକ ସଚେତନତା ରାଲି କୁ ଉଦଘାଟନ କରିଥିବା ବେଳେ ପରେ ଏହାକୁ ନେଇ ସ୍ଥାନୀୟ ସଦଭାବନା ଗୃହ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଜୟପୁର ଭିଜିଲାନ୍ସ ଡିଭିଜନ ର ଏସପି କୋରାପୁଟ ଜିଲ୍ଲା ପାଳ ଅତିରିକ୍ତ ଜିଲ୍ଲା ପାଳ କୋରାପୁଟ ସଂସଦ ପ୍ରତିନିଧି ଓ ଅନ୍ୟ ନିମନ୍ତ୍ରିତ ଅତିଥି ଯୋଗଦେଇ ଏହି ଦିବସ ର ତାପଯ୍ୟ ଉପରେ ଆଲୋକପାତ କରିବା ସହ ଏହା ପୂର୍ବ ରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ ଏ ଉପଲକ୍ଷେ ମିଶନ ଶକ୍ତି ର ଏକ ମିଲେଟ କ୍ୟାବିନ କୁ କୋରାପୁଟ ଜିଲ୍ଲା ପାଳ ଉଦଘାଟନ କରିଥିଲେ l ଏହି କାଯ୍ୟକ୍ରମ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ସମସ୍ତ ସରକାରୀ ଅଧିକାରୀ ଗଣମାଧ୍ୟ୍ୟମ ର ପ୍ରତିନିଧି ସାମିଲ ହୋଇଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
