ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋ ପରାମର୍ଶଦାତା କମିଟିର ବୈଠକ
ଏସ୍ଏସ୍ଏସ୍ କାର୍ଯ୍ୟକ୍ରମକୁ ବ୍ୟାପକ, ଗୁଣାଭିମୁଖୀ କରାଯିବ
ବାରିପଦା, : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ଅନ୍ତର୍ଗତ ବିଭିନ୍ନ ସେବା ମୂଳକ କାର୍ଯ୍ୟଗୁଡ଼ିକର ଆଲୋଚନା ତଥା ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିରୀକୃତ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ଅଧ୍ଯକ୍ଷତାରେ ତାଙ୍କ ସମ୍ମିଳନୀ କକ୍ଷରେ ବୈଠକ ଆୟୋଜିତ ହୋଇଥିଲା। ପ୍ରଥମେ ସମସ୍ତ ଅତିଥିମାନଙ୍କୁ ସ୍ବେଚ୍ଛାସେବୀ ମାନେ ଚାରା ଗଛ ଦେଇ ସ୍ବାଗତ ଜଣାଇଥିଲେ। ଅତିଥି ମାନେ ନିଜ ନିଜର ପରିଚୟ ପ୍ରଦାନ କଲାପରେ ୨୦୨୧ ରୁ ୨୫ ମଧ୍ୟରେ ହୋଇଥିବା ଜାତୀୟ ସେବା ଯୋଜନା ବ୍ୟୁରୋ ଅନ୍ତର୍ଗତ ସମସ୍ତ କଲେଜରେ ହୋଇଥିବା କାର୍ଯ୍ୟକ୍ରମ କୁ ନେଇ ‘Volume Xiii, NSS News Bulletin’ ଅତିଥି ମାନଙ୍କ ହାତରୁ ପ୍ରକାଶନ ହୋଇଥିଲା। ଏହାପରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ୨୦୨୫-୨୬ ନିମନ୍ତେ ଆବଶ୍ୟକ ବଜେଟ, ମୟୂରଭଞ୍ଜ ଜିଲ୍ଲାରେ ପ୍ରକୃତିର ଗନ୍ତାଘର ଥିବାରୁ ଆଗାମୀ ଦିନରେ ଶିମିଳିପାଳ ଠାରେ ରାଜ୍ୟ ସ୍ତରୀୟ ଶିବିର, ରାଷ୍ଟ୍ରୀୟ ସଂହତି ଶିବିର ଓ ଜିଲ୍ଲା ସ୍ତରୀୟ ଶିବିର, ଏବଂ
ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଅଧିକରୁ ଅଧିକ ନୂତନ ଏନ୍ଏସଏସ ୟୁନିଟ୍ ଖୋଲିବା ସହ ନୂତନ ପ୍ରୋଗ୍ରାମ ଅଫିସର ନିଯୁକ୍ତି, ସ୍ୱେଚ୍ଛାସେବୀଙ୍କ ତାଲିମ ନିମନ୍ତେ ତାଲିମର ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଯେପରି ରୋଟରୀ କ୍ଲବ, ମହାତ୍ମା ଗାନ୍ଧୀ ଚକ୍ଷୁ ହସ୍ପିଟାଲ ସହିତ ମିଶି ସମସ୍ତ କଲେଜରେ ଏବଂ କଲେଜ ନିକଟରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ, କେନ୍ଦ୍ର ସରକାରଙ୍କ ଜାତୀୟ ସେବା ଯୋଜନା ଓ ଜିଲ୍ଲା ପ୍ରଶାସନର ସହାୟତାରେ ଗାଁ ମାନଙ୍କରେ ନିଶା ନିବାରଣ ସଚେତନତା, ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ, ମହିଳା ମାନଙ୍କ ପାଇଁ ‘ସୁସ୍ଥତା – ସ୍ୱାସ୍ଥ୍ୟ ଇକ୍ୱିଟି ଏବଂ ରକ୍ତହୀନତା’ ଉପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସହାୟତାରେ ଜିଲ୍ଲା ସ୍ତରୀୟ କର୍ମଶାଳା, ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଓ ଓଡ୍ରାଫ ୟୁନିଟ୍ ସହିତ ମିଶି ସ୍ବେଛାସେବୀ ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ତାଲିମ ଶିବିର ଉପରେ ଆଲୋଚନା ହୋଇଥିଲା।ଭୁବନେଶ୍ଵର ଏନ୍ଏସଏସ ଆଞ୍ଚଳିକ କେନ୍ଦ୍ର ନିର୍ଦେଶିକା ସୁଶ୍ରୀ ସରିତା ପଟେଲ , ରାଜ୍ୟ ନୋଡାଲ ଅଫିସର ତଥା ଉପ ସଚିବ, ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାର ଡଃ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ
ରହି ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସଏସ କାର୍ଯ୍ୟକ୍ରମ ରେ ୨୦୨୪-୨୫ ଖର୍ଚ୍ଚ ହୋଇଥିବା ଓ ୨୦୨୫-୨୬ ରେ ହେବାକୁ ଥିବା ଖର୍ଚ୍ଚ ଗୁଡ଼ିକର ବଜେଟ ରିପୋର୍ଟର ତର୍ଜମା କରିଥିଲେ ।
ଏହି ପରାମର୍ଶଦାତା କମିଟି ବୈଠକରେ ୨୮ ଜଣ ମେମ୍ବର ଥିଲେ ତନ୍ମଧ୍ୟରୁ ଉପସ୍ଥିତ ଥିଲେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ, ଡଃ ହେମନ୍ତ କୁମାର ଶତପଥୀ, ଭୁବନେଶ୍ଵର ଏନ୍ଏସଏସ ଆଞ୍ଚଳିକ କେନ୍ଦ୍ର ନିର୍ଦେଶିକା ସୁଶ୍ରୀ ସରିତା ପଟେଲ, ରାଜ୍ୟ ନୋଡାଲ ଅଫିସର ତଥା ଉପ ସଚିବ, ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାର ଡଃ ରମେଶ ଚନ୍ଦ୍ର ବେହେରା, ବିଶ୍ଵବିଦ୍ୟାଳୟ ଅର୍ଥ ବିଭାଗର ନିୟନ୍ତ୍ରକ ଶ୍ରୀ ଭରତ ଚନ୍ଦ୍ର ଦେହୁରୀ, ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ, ପ୍ରଫେସର କୋମଳ ଲଚନ ବାରିକ, ବିଶ୍ଵବିଦ୍ୟାଳୟ ଏନ୍ଏସଏସ ବ୍ୟୁରୋ ସଂଯୋଜକ ଡଃ ବସନ୍ତ କୁମାର ମହାନ୍ତ, ଏନ୍ଏସଏସ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ଅନାମ ଚରଣ ରାଉଳ, ବିଶ୍ଵବିଦ୍ୟାଳୟ ପୂର୍ବତନ ଏନ୍ଏସଏସ କାର୍ଯ୍ୟକ୍ରମ ଅଧିକାରୀ, ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ, ଶ୍ରୀ ନାରାୟଣ ଚନ୍ଦ୍ର ବେହେରା, ସୀମାନ୍ତ ମହାବିଦ୍ୟାଳୟ, ଝାରପୋଖରିଆ ଅଧ୍ୟକ୍ଷ, ଶ୍ରୀ ପ୍ରହ୍ଲାଦ ଅଗସ୍ତି, କପ୍ତିପଦା ଡିଗ୍ରୀ କଲେଜ, ନୂଆସାହି ଅଧ୍ୟକ୍ଷା, ଡଃ ଲିପିକା ବେହେରା, ବିଶ୍ଵବିଦ୍ୟାଳୟ ମହିଳା ପୋଗ୍ରାମ ଅଫିସର, ଡଃ ବିଷ୍ଣୁ ପ୍ରିୟା ହାଁସଦା, ଅନ୍ତୋଦୟ ଚେତନା ମଣ୍ଡଳ ଅଧ୍ୟକ୍ଷ ,ଶ୍ରୀ ଆଦିତ୍ୟ ପଟ୍ଟନାୟକ, OSAP ପଞ୍ଚମ ବାଟାଲିୟନର ପ୍ରତିନିଧିତ୍ଵ କରିଥିଲେ ଆସିଷ୍ଟାଣ୍ଟ କମାଣ୍ଡେଟ , ବାବୁ ସିଂ ଓ ଅରୁଣ କୁମାର ମହାନ୍ତ, ଜିଲ୍ଲା ସାଂସ୍କୃତିକ ଇନଚାର୍ଜ ଅଫିସର, ଶ୍ରୀ ଶୁଭାଶିଷ ନାୟକ, ନେହେରୁ ଯୁବ କେନ୍ଦ୍ର ତରଫରୁ ଶ୍ରୀ କୃଷ୍ଣ ନାୟକ ପ୍ରତିନିଧିତ୍ଵ କରିଥିଲେ, ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ ବାରିପଦା ଅଧୀକ୍ଷକ, ଡଃ ରବୀନ୍ଦ୍ର କୁମାର ମିଶ୍ର, ପୂର୍ବତନ ଏନ୍ଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡଃ ତରୁଣ କୁମାର ଓଝା , ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ବେଛାସେବୀ ଆଦର୍ଶ କୁମାର ରାଉତ, ରିଙ୍କୁ ଦାସ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ବେଛାସେବୀ ଶୃତି ମାଇତି ଓ ଅନ୍ୟମାନଙ୍କ ମଧ୍ୟରେ ଆକାଉଣ୍ଟ ବଜେଟ ଅଫିସର, ଶ୍ରୀ ଦେବେନ୍ଦ୍ର ପତି, ସିନିଅର ଆସିଷ୍ଟାଣ୍ଟ , ଶ୍ରୀ ଅଜୟ କୁମାର ବଳ, ସିନିଅର ଷ୍ଟେନା ଶ୍ରୀ ରାମଚନ୍ଦ୍ର ବାସ୍କେ, ସେକ୍ଟନ ଅଫିସର ସୁସ୍ମିତା ପାତ୍ର, ଜୁନିଅର ଆସିଷ୍ଟାଣ୍ଟ ତୃପ୍ତି ପାତ୍ର, ସୁନେଲିକା ପ୍ରହରାଜ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ପରିଶେଷରେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ଏନ୍ଏସଏସ ବ୍ୟୁରୋ ଓ ଏହାର ସ୍ୱେଚ୍ଛାସେବୀ ମାନେ ଅଧିକରୁ ଅଧିକ ହୋଇ, ନୂତନ ଓ ସମାଜ ସଂସ୍କାର ମୂଳକ ସଚେତନଶୀଳ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚେଇବା ଓ ସାମାଜିକ ପ୍ରସାର ବଢାଇ ଜନସମ୍ପର୍କକୁ ପ୍ରଭାବ ଯୁକ୍ତ କରିବାର ଲକ୍ଷ୍ୟ ରଖିବାକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏନ୍ଏସଏସ ବ୍ୟୁରୋ ସଂଯୋଜକ ଡଃ ବସନ୍ତ କୁମାର ମହାନ୍ତ ପରିଚାଳନା କରିଥିଲେ ଏବଂ ଶେଷରେ ଏନ୍ଏସଏସ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ଅନାମ ଚରଣ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ବେଛାସେବୀ ଆଦର୍ଶ କୁମାର ରାଉତ, ରିଙ୍କୁ ଦାସ, ସନ୍ଦୀପ ମାଝୀ, ମୋନାଲ ମହାନ୍ତ, ଶୃତି ମାଇତି, ନିବେଦିତା ମହାନ୍ତ, ବର୍ଷା ରାଣୀ ଖାଟୁଆ ଓ ସୁମି ଦାସଗୁପ୍ତା ଆଜିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
