**ନୂଆପଡା ଉପ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ମାରାଥନ ପ୍ରଚାର, ବିପୁଳ ଜନ ସମର୍ଥନ ନେଇ ବିଜୟ ସୁନିଶ୍ଚିତ ବୋଲି ପ୍ରକାଶ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ମାରାଥନ ପ୍ରଚାର, ବିପୁଳ ଜନ ସମର୍ଥନ ନେଇ ବିଜୟ ସୁନିଶ୍ଚିତ ବୋଲି ପ୍ରକାଶ କରିଛନ୍ତି। ଆଜି ନୂଆପଡ଼ା ବ୍ଲକ ୭ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ର ୬ ଗୋଟି ଗ୍ରାମ ପଞ୍ଚାୟତ ରେ ପ୍ରଚାର କରୁଛନ୍ତି। ଆଜି ସେ ଡୁମେରପାଣି, ସରାବଙ୍ଗ, ଆମାନାରା, ଭୈସିଟାଲ, ପର୍କୋଡ, ବୁଢ଼ିପାଲି ଗ୍ରାମପଞ୍ଚାୟତ ରେ ପ୍ରଚାର କରୁଛନ୍ତି। ନବୀନ ସରକାରଙ୍କୁ ଲୋକଙ୍କ ଜନ ସମର୍ଥନ ଥିବା ବେଳେ ବିଶେଷ କରି ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରୀଆରେ ଲୋକେ ସ୍ୱାସ୍ଥ୍ୟ ସେବା ଉଠାଉ ଥିବା ବେଳେ ଆୟୁଷ୍ମାନ ଯୋଜନା କରି ସମସ୍ୟା ସୃଷ୍ଟି କରିଛନ୍ତି ବୋଲି ପ୍ରାର୍ଥୀ ପ୍ରକାଶ କରିଛନ୍ତି।
