*ନୂଆପଡା ଜିଲ୍ଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟ ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନୃପରାଜ୍ ପ୍ରଧାନୀ ଙ୍କ ଅବସର ଗ୍ରହଣ, ଏକ କାଳୀନ ପେନସନ ସମସ୍ତ କାଗଜାତ ଏବଂ ସହାୟତା ପ୍ରଦାନ*
ନୂଆପଡା (ମିଖାଏଲ ନନ୍ଦ)
*ନୂଆପଡା ଜିଲ୍ଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟ ରେ କାର୍ଯ୍ୟରତ ନୃପରାଜ୍ ପ୍ରଧାନୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସରକାଳୀନ ପେନସନ ସମସ୍ତ କାଗଜାତ ଏବଂ ସହାୟତା ଏକ କାଳୀନ ପ୍ରଦାନ କରିଛନ୍ତି। ଦୀର୍ଘ ୩୩ ବର୍ଷ ସରକାରଙ୍କ ବିଭିନ୍ନ ବିଭାଗ ରେ କାର୍ଯ୍ୟ କରି ଶେଷରେ ସମାଜ ମଙ୍ଗଳ ବିଭାଗ ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସର କାଳୀନ କଲ୍ୟାଣ ସହାୟତା ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ଦାସ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୂଜୁର, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୁଧର ଧରୁଆ ପ୍ରମୁଖ ଯୋଗ ଦେଇଥିଲେ।
