ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ସୁରଭି -୨୦୨୫ ଅନୁଷ୍ଠିତ।
ସୋର: ସୋର ବ୍ଳକ ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ସୁରଭି -୨୦୨୫ ଉଦୟ ନାରାୟଣ ନୋଡାଲ ବିଦ୍ୟାପୀଠ, ଶିରାପୁର ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋର ତହସିଲଦାର ଦୈତାରି ମଲ୍ଲିକ, ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ରଞ୍ଜିତା ବେହେରା, ପଞ୍ଚାୟତ ସରପଞ୍ଚ ଅଶ୍ଵିନୀ ପଟ୍ଟନାୟକ, ସମିତି ସଭ୍ୟ ଅଶୋକ ନାୟକ, ଶିରାପୁର କ୍ଲଷ୍ଟର ସି ଆର ସି ରଶ୍ମିତା ପଣ୍ଡା ପ୍ରମୁଖ ମଞ୍ଚସ୍ଥାନ ଥିଲେ। ପୂର୍ବତନ ଶିକ୍ଷକ ଯଦୁନାଥ ଦୀକ୍ଷିତ ପତାକା ଉତ୍ତୋଳନ କରି ସୁରଭି କାର୍ଯ୍ୟକ୍ରମ ଉଦ୍ ଘାଟନ କରିଥିଲେ। ବିଭିନ୍ନ ବର୍ଗର ପିଲାମାନଙ୍କୁ ନେଇ ଡିବେଟ୍, ପତ୍ରଲିଖିନ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ବିଭିନ୍ନ ବର୍ଗର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷିକ ମାନସ ମଲିକ, ମମତା ଘଡେ଼ଇ, ସନ୍ଧ୍ୟା ରାଣୀ ବାଗ, ରାମ ମୋହନ ମୁର୍ମୁ, ଭାନୁମତୀ ପାତ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ୨୦ ରୁ ଉର୍ଦ୍ଧ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
