*ମାଷ୍ଟର ଟ୍ରେନର ମାନଙ୍କ ଇଭିଏମ୍, ଭିଭିପ ପେଡ ର ବ୍ୟବହାରିକ ପ୍ରଶିକ୍ଷଣ ତାଲିମ ଶିବିର,*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ମାଷ୍ଟର ଟ୍ରେନର ମାନଙ୍କ ଇଭିଏମ୍, ଭିଭିପ ପେଡ ର ବ୍ୟବହାରିକ ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସ୍ତରୀୟ ମାଷ୍ଟର ପ୍ରଶିକ୍ଷକ ମାନେ ପ୍ରଥମେ ଜାତୀୟ ମାଷ୍ଟର ପ୍ରଶିକ୍ଷକ ଙ୍କ ଠାରୁ ତାଲିମ ଗ୍ରହଣ କରିଥିବା ବେଳେ ତାର ବ୍ୟବହାରିକ ପ୍ରଶିକ୍ଷଣ ତାଲିମ ଗ୍ରହଣ କରିଛନ୍ତି। ପରେ ଜିଲ୍ଲା ସ୍ତରୀୟ ମାଷ୍ଟର ପ୍ରଶିକ୍ଷକ ମାନେ ପ୍ରିଜାଇଡିଙ୍ଗ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିବେ । ନିଜେ ପ୍ରଥମେ ଇଭିଏମ ଭିଭି ପେଡ ର ବ୍ୟବହାରିକ ତାଲିମ ଗ୍ରହଣ କରିଛନ୍ତି। ନୂଆପଡ଼ା ବିଧାନସଭା ଉପ ନିର୍ବାଚନ କୁ ନିରପେକ୍ଷ ଏବଂ ମୁକ୍ତ, ଅବାଧ ନିର୍ବାଚନ କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ ପ୍ରକାଶ କରିଛନ୍ତି। ତାଲିମ ଗ୍ରହଣ ବେଳେ ଅତିରିକ୍ତ ଜିଲ୍ଲପାଳ ସୁବାଷ ଚନ୍ଦ୍ର ରଇତ, ସମସ୍ତ ବ୍ଲକ୍ ତହସିଲଦାର ଏବଂ ନିର୍ବାଚନ ରେ ମାଷ୍ଟର ପ୍ରଶିକ୍ଷକ ମାନେ ଯୋଗ ଦେଇଥିଲେ
