ସିସିଟିଭିରେ କଏଦ ଘର ଭିତରେ ଘର ଭିତରେ ହାତୀ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜର ଅଧିନରେ କରମୂଳ ପଞ୍ଚାୟତ ଗୋପାଳପୁର ଗ୍ରାମର ରବିନାରାୟଣ ପାତ୍ରଙ୍କ ଘର ଭିତରେ ପଶିଥିଲା ଏକ ବଡ଼ହାତୀ ଯାହାକି ତାଙ୍କ ସିସିଟିଭିରେ କଏଦ ହୋଇଥିଲା l ରବି ପାତ୍ରଙ୍କ ଗେଟ ଓ ବାରି ପାଚେରୀ ଭାଙ୍ଗି ଦେଇଛି, ଏହା ସହିତ ଅଶୋକ ପାତ୍ରଙ୍କ ଗେଟ ଖଗେଶ୍ୱର ପାତ୍ରଙ୍କ ବାରି କାନ୍ଥ, ଶ୍ରୀବତ୍ସ ପାତ୍ର ଙ୍କ କଦଳୀ ବଗିଚା, ବିକଳା ପାତ୍ର, ପ୍ରସନ୍ନ ପାତ୍ର, ଦିବାକର ପାତ୍ରଙ୍କ ବାଡ଼ିରେ ପଶି କଦଳୀ ଗଛ ଖାଇ ଦଳୀ ଚକଟି ସବୁ ନଷ୍ଟ କରିଦେଇଛି l ପ୍ରାୟତଃ ଏକ ସପ୍ତାହ ହେବ ସବୁଦିନ ରାତ୍ରିରେ ହାତୀ ଗ୍ରାମ ମୁହାଁ ହେଉଛି, ଲୋକେ ଭୟରେ ପଦାକୁ ବାହାରି ପାରୁ ନାହାନ୍ତି , ଫରଷ୍ଟର ଅଫିସକୁ ଫୋନ କଲେ ଫୋନ କେହି ଧରୁନାହାନ୍ତି,ମଣିଷ ଘରୁ ପଦାକୁ ବାହାରିଲେ ତାଙ୍କ ଜୀବନ କେତେ ସୁରକ୍ଷିତ ତାହା ସିସିଟିଭିରୁ ଜଣା ପଡୁଛି l ଗ୍ରାମରେ କୋକୁଆ ଭୟ ଖେଳି ଯାଇଛି, କେହି ସୋଇ ପାରୁନାହାନ୍ତି lଗ୍ରାମ ବାସୀଙ୍କର ଦାବି ହାତୀ ଘଉଡ଼ାଇବା ବ୍ୟବସ୍ତା ଯେତ ଶୀଘ୍ର କରାଗଲେ ଗ୍ରାମ ବାସୀ ମାନଙ୍କର ଜୀବନପ୍ରତି ଯେଉଁ ଭୟ ରହିଛି ତାହା ଟଳି ଯାଇ ପାରନ୍ତା ଓ ଗ୍ରାମବାସୀ ଟିକେ ଶାନ୍ତିରେ ରହିପାରନ୍ତେ l
