ଗୋଇ ପିଟା ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ରୂ ବଂଚିତ.
(ଲାଞ୍ଜିଗଡ଼ର ସାମ୍ବାଦିକ ଈଶ୍ୱର ଚନ୍ଦ୍ର ନାୟକଙ୍କ )
ଭବାନୀପାଟଣା / ଲାଞ୍ଜିଗଡ଼ ବ୍ଲକ ର ଲାଞ୍ଜି ପଂଚାୟତ ଅନ୍ତର୍ଗତ ଗୋଇ ପିଟା ଗ୍ରାମବାସୀ ପାନୀୟ ଜଳ ଅଭାବରୁ ଝରଣା, ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି. ଅଭିଯୋଗ ରୂ ଜଣାଯାଇଛି ଯେ ଲାଞ୍ଜିଗଡ଼ ବ୍ଲକ ଗୋଇ ପିଟା ଗ୍ରାମରେ ପ୍ରାୟ 35 ରୂ ଉର୍ଦ୍ଧ ପରିବାର ର 200 ଜଣ ବସବାସ କରୁଛନ୍ତି. ଉଭୟ ଅନୁ ସୂଚିତ ଜନ ଜାତି, ଓ ଅନୁସୂଚିତ ଜାତି ବର୍ଗ ର ବସ ବାସ କରନ୍ତି. ଏହି ଗ୍ରାମରେ ଥିବା ନଳ କୂପ ରୂ କାଦୁଅ ମିଶ୍ରିତ ଜଳ ବାହାରୁ ଥିବାରୁ ଗାଁ ଲୋକେ ନଳ କୂପ ବ୍ୟବହାର କରୁ ନାହାନ୍ତି. ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ଓଭର ହେଡ଼ ପାଣି ଟାଙ୍କି ଗ୍ରାମରେ ବସାଇ ସମସ୍ତ ଙ୍କ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ପାଇପ ସଂଯୋଗ କରାଯାଇଛି. ଏହି ପାଇପ ସଂଯୋଗ ହେବାର ଏକ ବର୍ଷ ରୂ ଉର୍ଦ୍ଧ ସମୟ ହୋଇଥିଲେ ବି ପାନୀୟ ଜଳ ଯୋଗାଣ ହୋଇ ପାରି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି. ଏ ସମ୍ପର୍କ ରେ ଗ୍ରାମ ବାସୀ ବିଭାଗୀୟ ଅଧିକାରୀ, ବିଡ଼ିଓ ଆଦି ଅଧିକାରୀ ଙ୍କୁ ସୂଚନା ଦେଇଥିଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛନ୍ତି. ତୁରନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ଗ୍ରାମବାସୀ ଦାବୀ କରୁଛନ୍ତି.
