*ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ପ୍ରତିବାଦରେ ଏସଡିପିଓଙ୍କୁ ଦାବିପତ୍ର*
ବସ୍ତା:- (ନି.ପ୍ର) ସେଖ ଆଜାରୁଦ୍ଦିନ
ରୂପସା ଥାନା ପରିସରରେ କାର୍ଯ୍ୟରତ ଦୁଇଜଣ ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର ଓ ଆକ୍ରମଣ ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ବସ୍ତା ପ୍ରେସ୍ କ୍ଲବ ପକ୍ଷରୁ ଏସଡିପିଓ ସମର୍ଥ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ, ପ୍ରାୟ ୫ ଦିନ ପୂର୍ବେ ରୂପସା ଥାନା ପରିସରରେ ଦୁଇଜଣ ସାମ୍ବାଦିକ ବିଦ୍ୟୁତ୍ ବିଭାଗର ଜେଇ ସୁଜିତ ଭଟ୍ଟାଚାର୍ଯ୍ୟଙ୍କୁ ଏକ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ମାଗୁଥିବା ବେଳେ ତାଙ୍କ ସିକ୍ୟୁରିଟି ଗାର୍ଡ ଅମରେଶ ପାଣିଗ୍ରାହୀ ସେଠାରେ ପହଞ୍ଚିଥିଲେ।ଅଭିଯୋଗ ଅନୁସାରେ, ଅମରେଶ ନିଜକୁ ଅବସରପ୍ରାପ୍ତ ଆଡିସନାଲ ଏସପି ବୋଲି ପରିଚୟ ଦେଇ ଦୁଇ ସାମ୍ବାଦିକଙ୍କୁ ଧକ୍କା ମାରିବା ସହ ସେମାନଙ୍କ ମୋବାଇଲ ଓ ବୁମ୍ ଛଡ଼ାଇ ନେଇଥିଲେ। ଏନେଇ ରୂପସା ଥାନାରେ କେସ୍ ନଂ-୧୪୯/୨୬ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।ତେବେ ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନଥିବା ନେଇ ବସ୍ତା ପ୍ରେସ୍ କ୍ଲବ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଆଇନାନୁସାରେ ତୁରନ୍ତ ପଦକ୍ଷେପ ନେବାକୁ ଏସଡିପିଓଙ୍କ ନିକଟରେ ଦାବି କରାଯାଇଛି। ଏହି ଅବସରରେ ବସ୍ତା ପ୍ରେସ୍ କ୍ଲବ ସଭାପତି ବିଜୟ କୁମାର ଭୂୟାଁ, ଉପସଭାପତି ଶିରିଷ ଚନ୍ଦ୍ର ମହାନ୍ତି, ସମ୍ପାଦକ ଜଗତଗିରି, ସେଖ ଆଜାରୁଦ୍ଦିନ, ବସନ୍ତ ଭଦ୍ର, ସୁଶାନ୍ତ ପ୍ରଧାନ, ଚାନସେଲର ରାଉତ, ସନ୍ତୋଷ କୁମାର ନାୟକ, ରବିନାରାୟଣ ସାହୁ, ଦେବସେନା ସଂଗଠନର ରାଜ୍ୟ ଯୁବ ସଭାପତି ଶଙ୍କର ଜେନା ଓ ସମାଜସେବୀ ବାବୁ ପାଣି ପ୍ରମୁଖ ଉପସ୍ଥିତ ଥିଲେ।
