ଜଗତସିଂହପୁର ଜିଲ୍ଲା ସରକାରୀ ବାବୁଙ୍କ କଂଗ୍ରେସ ଦଳ ପ୍ରତି ଅହେତୁକ ଅନୁକମ୍ପା, ଅବସରପରେ ଦଳ ମଙ୍ଗ ଧରିବେ କି ?
ଜଗତସିଂହପୁର (ନି.ପ୍ର): ରାଜ୍ୟର ବିଭିନ୍ନ ସ୍ଥାନରେ ବରିଷ୍ଟ ପଦାଧିକାରୀ ମାନେ ଚାକିରିରୁ ଅବସରପରେ ସମାଜସେବା ବାହାନାରେ ରାଜନୈତିକ ମଇଦାନକୁ ଓହ୍ଲାଇ ରାଜ୍ୟ ପାଣ୍ଠି ଲୁଟିବା ପାଇଁ ବିଭିନ୍ନ ରାଜନୈତିକ ଦଳରେ ସାମିଲ ହୋଇ ମଙ୍ଗୁଆଳ ସାଜିଥାନ୍ତି। ଯାହାର ଝଲକ ସବୁ ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲାର ଅଧିକାଂଶ ପଦାଧିକାରୀ ବ୍ୟକ୍ତି ନିଜ ପଦ ପଦବୀର ମର୍ଯ୍ୟାଦା ହରାଇ କଂଗ୍ରେସ ଦଳ ପାଇଁ ମଙ୍ଗୁଆଳ ସାଜି କାମ କରୁଛନ୍ତି ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି | ଖବର ସଂଗ୍ରହ କରିବାରୁ ଜଣା ଯାଇଛି ଯେ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅଧିକାଂଶ ଉଚ୍ଚ ପଦସ୍ଥ ଅଧିକାରୀ ନିକଟରେ ଜ଼ିଲ୍ଲା କଂଗ୍ରେସ ଦଳର ମଙ୍ଗୁଆଳ ସାଜିଛନ୍ତି। ସରକାରୀ କାର୍ଯ୍ୟ ହେଉ କି ବେସରକାରୀ କାର୍ଯ୍ୟ ହେଉ କିମ୍ବା ସାଙ୍ଗଠନିକ କାର୍ଯ୍ୟ ହେଉ ସବୁଥିରେ କଂଗ୍ରେସ ର ଆଗଧାଡିର ଯୁବ ନେତା ମାନଙ୍କୁ ସାମିଲ କରି ନିଜ ଆବାସିକ କାର୍ଯ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ରେ କଂଗ୍ରେସ ର ଯୁବ ନେତାମାନ ଙ୍କୁ ପରାମର୍ଶ ଦେଇ ଠିକା କାମ ସବୁ ବାଣ୍ଟୁଛନ୍ତି। ସରକାରୀ ବାବୁ ମାନଙ୍କ ଏପରି କାର୍ଯ୍ୟକ୍ରମ କୁ ନେଇ ଶାସକ ଦଳ କର୍ମୀ ମାନଙ୍କୁ ଚକିତ କରି ଦେଇଛି। କିଛି ଦିନ ପୂର୍ବରୁ କଂଗ୍ରେସ କର୍ମୀ ମାନଙ୍କୁ ବିଭିନ୍ନ ଅନୁଷ୍ଠାନ ରେ ସାମିଲ କରି କଂଗ୍ରେସ ଦଳର ପତିଆର ବୃଦ୍ଧି କରିବାରେ ସହାୟକ ହେବାରୁ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ ପ୍ରକଟ ହେଉଛି। ଏହି ଉଚ୍ଚ ପଦସ୍ଥ ଅଧିକାରୀ ଚାକିରୀ ଛାଡି ଭବିଷ୍ୟତ ରେ ଜ଼ିଲ୍ଲା କଂଗ୍ରେସ ର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ବି ଜୋର ଧରିଛି ।
