*ଖାଦ୍ୟ ସୁରକ୍ଷା ବିଭାଗର ଢେଙ୍କାନାଳ ସହରରେ ଚଢ଼ାଉ l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ତା 01/09/2026 ରିଖରେ ଢେଙ୍କାନାଳ ସହରରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ଜନସାଧାରଣକୁ ସୁସ୍ଥ ଓ ନିରାପଦ ରଖିବାପାଇଁ ସହରର ବିଭିନ୍ନ ଅଞ୍ଚଳରେ ହୋଟେଲ, ରେଷ୍ଟ୍ରୁ୍ରାଣ୍ଟ ଓ ମିଠା ଦୋକାନ ଗୁଡିକରେ ମିଳିତ ଭାବରେ ଖାଦ୍ୟ ସୁରକ୍ଷା ଯାଞ୍ଚ କରାଯାଇଥିଲା l ଏଥିରେ ମହାବୀର ବଜାର, ଗଣେଶ ବଜାର, ମିନା ବଜାର, ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଅଞ୍ଚଳ ରେ ଅଠରଟି ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା l ଯାଞ୍ଚ ସମୟରେ ବାସିଖାଦ୍ୟ କୃତିମ ରଙ୍ଗ ବ୍ୟବହୃତ ଖାଦ୍ୟ ସବୁକୁ ନଷ୍ଟ କରିଦିଆଯାଇଥିଲା l
