ବୌଦ୍ଧ :ପୋଲିସ ର ଖାକୀ ପୋଷାକ ରେ କଳା ଛିଟା :ସାଧାରଣ ରେ ନିନ୍ଦା (କୃଷ୍ଣ ସିଂହ ଙ୍କ ରିପୋର୍ଟ )
ବୌଦ୍ଧ :27.8 ସମ୍ପ୍ରତି ବୌଦ୍ଧ ଜ଼ିଲ୍ଲା ପୋଲିସ ସାରା ରାଜ୍ୟ ରେ ଚର୍ଚ୍ଚା ର ବିଷୟ ପାଲିଟିଛି। ବୌଦ୍ଧ ଜ଼ିଲ୍ଲା ଗଂଜେଇ ଚାଷ ଓ ଚୋରା ଚାଲାଣ ରେ ଏକ ଗନ୍ତାଘର ହୋଇଯାଇଛି। ଏହି ଚାଷ ବ୍ୟାପିବାରେ ଖୋରାକ ଯୋଗାଇଛି ଜ଼ିଲ୍ଲା ପୋଲିସ ର କିଛି ଅସାଧୁ କର୍ମଚାରୀ ଯାହାର କୀ ଅଡିଓ ଭାଇରଲ ହେବାରେ ଲାଗିଛି। ଏହି ବିଭାଗ ବର୍ତମାନ ଜନସାଧରଣ ଙ୍କ ନିନ୍ଦା ର ପାତ୍ର ହୋଇଛି। ଲୋକେ କହୁଛନ୍ତି ରକ୍ଷକ ଯଦି ଭକ୍ଷକ ହୁଏ ଆମେ କାହାକୁ କହିବା। ପୋଲିସ ବିଭାଗ ଜନସାଧାରଣ ଙ୍କ ଆସ୍ଥା ଭଜନ ହେବାକୁ ହେଲେ ଦୋଷୀ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧରଣ ରେ ଦାବୀ ହେଉଛି। ଓଡିଶା ପୋଲିସ ର ମହାନିର୍ଦ୍ଧେଶକ ଘଟଣା ର ଗୁରୁତ୍ୱ ବିଚାର କରି କାର୍ୟନୁଷ୍ଠାନ ନେବା କୁ ଜନସାଧାରଣ ନିବେଦନ କରିଛନ୍ତି।
