*ବୌଦ୍ଧ :ଉଲ୍ଲାସ ସାକ୍ଷରତା ପକ୍ଷ ପାଳନପାଇଁ ପ୍ରସ୍ତୁତି ବୈଠକ ଓ ପ୍ରଶିକ୍ଷଣ*
ବୌଦ୍ଧ :-୧/୯:-ବୌଦ୍ଧ ସହର ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ସଭାଗୃହ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ସେପ୍ଟେମ୍ବର ମାସର ୧ରୁ ୧୪ତାରିଖ ମଧ୍ୟରେ ପାଳନ ହେବାକୁ ଥିବା ଉଲ୍ଲାସ ସାକ୍ଷରତା ପକ୍ଷ ପାଳନର ପ୍ରସ୍ତୁତି ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବର ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ବୌଦ୍ଧ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ବରୁଣ କୁମାର ପ୍ରଧାନ, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ l ସେପ୍ଟେମ୍ବର ମାସର ୧ ତାରିଖ ଦିନ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ କ’ଣ କ’ଣ କାର୍ଯ୍ୟକ୍ରମ ପାଳନ କରାଯିବ ତା ଉପରେ ପ୍ରଶିକ୍ଷଣ ଦେବା ସହିତ ଉଲ୍ଲାସ କାର୍ଯ୍ୟକ୍ରମ ପି ପି ଟି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା l ଅନ ଲାଇନରେ କିପରି କରିପାରିବେ ଏବଂ ଆର୍ଥିକ ବ୍ୟବସ୍ଥାର ପରିଚାଳନା ସହିତ ଇନଷ୍ପାୟାର, ଏନ ଏମ ଏମ ଏସ,ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ରେଟିଂ ଓ ଏକ ପେଡ ମା କେ ନାମ ଆଦି ବିଷୟରେ ଆଲୋଚନା କରାଯାଇଥିଲା l ଶିକ୍ଷକ ସନ୍ତୋଷ କର୍ଣ୍ଣ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ l ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସହଯୋଗୀ ପ୍ରବୀଣ କୁମାର ପ୍ରଧାନ,ଜିଲ୍ଲାର ସମସ୍ତ ଏ ବି ଇ ଓ ଏବଂ ୬୦ ଜଣ ସି ଆର ସି ସି ମାନେ ଉପସ୍ଥିତିରହି ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l
